୨୦୨୪ ରେ କଂଗ୍ରେସ ସରକାର କରିବ

ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା …

ରାୟପୁର,ତା୨୬/୦୨: ତିନିଦିନ ଧରି ଛତିଶଗଡ଼ର ରାୟପୁର ଠାରେ ଚାଲିଥିବା ଜାତୀୟ କଂଗ୍ରେସର ୮୫ ତମ ମହାଅଧିବେଶନ ର ଆଜି ଉଦଯାପନି ଦିବସରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା।ସାମାଜିକ ନ୍ୟାୟ, କୃଷକ ଓ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ କରିବା ସହିତ କୃଷି ଜାତ ଦ୍ରବ୍ଯ କୁ ଉଚିତ ମୂଲ୍ୟ ଏବଂ ବଜାର ସହିତ ଯୋଗ,କୃଷି ଜାତ ଦ୍ରବ୍ୟର ସଂରକ୍ଷଣ ଇତ୍ୟାଦି କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଆଲୋଚନା ହେବା ସହିତ ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନର ଆବଶ୍ୟକତା ଅଛି ବୋଲି କୁହାଯାଇଥିଲା।

ଆଦିବାସୀ,ଜନଜାତି,ଉପଜନଜାତି,ପଛୁଆବର୍ଗ ଓ ଦଳିତ ମାନଙ୍କୁ ଅର୍ଥନୈତିକ ଓ ସାମାଜିକ ବିକାଶ ସହିତ ସେମାନଙ୍କୁ ରାଷ୍ଟ୍ରର ମୁଖ୍ୟ ସ୍ରୋତରେ ସାମିଲ କରାଯିବ।
ଏଆଇସିସି ର ପୂର୍ବତନ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ ମହାଅଧିବେଶନରେ ସାରଗର୍ଭ ଭାଷଣ ଦେଇ କହିଲେ ଯେ କଂଗ୍ରେସ ନେତୃବର୍ଗ କଠୋର ପରିଶ୍ରମ କରିବା ସହିତ ଏକ ତପସ୍ୱୀ ଭଳି ଏଭଳି ପରିସ୍ଥିତିରେ ଦେଶ ଏବଂ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ସାମ୍ବିଧାନିକ ଅନୁଷ୍ଠାନର ସ୍ୱତନ୍ତ୍ରତା ଓ ସାମ୍ବିଧାନିକ ବ୍ୟବସ୍ଥା କୁ ବଜାୟ ରଖିବା ପାଇଁ ଦେଶ ବିଭାଜନ କାରୀଙ୍କ ଶକ୍ତିଙ୍କ ବିରୁଦ୍ଧରେ ଲଢେଇ କରିବାକୁ ପଡିବ।ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ସହିତ କୃଷକ,ମହିଳା,ଯୁବକ,ଆଦିବାସୀ,ଜନଜାତି,ପଛୁଆବର୍ଗ, ସଂଖ୍ୟାଲଘୁ ଓ ଦଳିତ ବର୍ଗଙ୍କର ସ୍ୱାର୍ଥ ରକ୍ଷା କରିବା ପାଇଁ ଆଜି ଏଠାରେ ଶପଥ ନିଅନ୍ତୁ,ସଂସଦ ରେ ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନୀ ସମ୍ପର୍କକୁ ନେଇ ପ୍ରଶ୍ନ ପଚାରିଲି ଉତ୍ତରରେ କୁହାଗଲା କିଛି ସମ୍ପର୍କ ନାହିଁ ବୋଲି।ତାହେଲେ ଜେପିସି ଗଠନ କରିବାକୁ କାହିଁକି ଡରୁଛନ୍ତି,ତେଣୁ ସମ୍ପର୍କ ଅଛି।ଆଦାନୀ ଗ୍ରୁପ ଅଫ କମ୍ପାନୀକ ବିମାନବନ୍ଦର,ବନ୍ଦର,ଜାତୀୟ ରାଜପଥ,ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ,ବିଦ୍ୟୁତ ଶକ୍ତି ଉତ୍ପାଦନ,ଗ୍ୟାସ ବଣ୍ଟନ ଠାରୁ ଆରମ୍ଭ କରି ସବୁ କିଛି ତାଙ୍କ ହାତକୁ ଟେକି ଦିଆଗଲା।ଏହା କେଉଁ ଦେଶପ୍ରେମ ତାହା ବୁଝିହେଉନାହିଁ।ଦେଶର ଜନସାଧାରଣଙ୍କ ସଞ୍ଚିତ ଅର୍ଥକୁ ଆଦାନୀକୁ କିଭଳି ଦିଆଗଲା।ଏଲ ଆଇ ସି,ଏସ ବି ଆଇ ଏବଂ ଭାରତୀୟ ସରକାରୀ ବ୍ୟାଙ୍କରେ ଥିବା ଜମାରାଶି ଦେଶବାସୀଙ୍କର କି ନୁହେଁ।ତେଣୁ ଏହା କିପରି ଭାବରେ ବିନା ସରକାରଙ୍କ ଜ୍ଞାତ ସାରରେ ଦିଆଗଲା।ସେଲ କମ୍ପାନୀ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଆଦାନୀ ଗ୍ରୁପ ରେ ଖଟାଯାଇଥିବା ଟଙ୍କା କାହାର।ଏହାର ତଦନ୍ତ ହେବ କି ନାହିଁ।

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାଅର୍ଜୁନ ଖଡଗେ ପୂର୍ବତନ ଏଆଇସିସି ଅଧ୍ୟକ୍ଷ। ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଙ୍କ ଉପସ୍ଥିତିରେ ତାଙ୍କ ସଭାପତିତ୍ୱ ଭାଷଣରେ ୨୦୨୪ ରେ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ ହେବ ଏବଂ ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା।ଏଥିପାଇଁ ତୃଣମୂଳ ସ୍ତରରୁ କଂଗ୍ରେସ ନେତୃବର୍ଗ, କଂଗ୍ରେସ କର୍ମୀ ଏକଜୁଟ ହୋଇ କାମ କରିବାକୁ ପଡିବ।ଭାରତ ବର୍ଷର ଯୁବକ ମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ପଡିବ।ରୋଜଗାର ସୃଷ୍ଟି କରିବାକୁ ପଡିବ।ଜନଗଣନା ସରକାର ଶୀଘ୍ର କରନ୍ତୁ।

ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଲେ ଯେ ମହିଳା ମାନଙ୍କ ସୁରକ୍ଷା,ଶିକ୍ଷା, ସ୍ୱାସ୍ଥ୍ୟ ତତସହିତ ରୋଜଗାର ସମସ୍ୟା ର ସମାଧାନ କରିବା ସହିତ ମହିଳା ମାନଙ୍କ ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ଵ ଆରୋପ କରିଥିଲେ।

ଏଆଇସିସି ସାଧାରଣ ସମ୍ପାଦକ,ସଂଗଠନ ସାଂସଦ କେ ସି ଭେନୁଗୋପାଳ ଏବଂ ଶ୍ରୀଯୁକ୍ତ ମୁକୁଲ ୱାସନିକ ୨୦୨୪ ପାଇଁ ରୋଡ଼ମ୍ୟାପ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।
ଏହି ଅଧିବେଶନର ଓଡିଶା ପ୍ରଭାରୀ ସାଂସଦ ଡ଼ ଏ ଚେଲ୍ଲାକୁମାର ଙ୍କ ସମେତ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ,ସାଂସଦ ସପ୍ତଗିରି ଉଲ୍ଲାକା,ବିଧାୟକ ଦଳ ନେତା ନରସିଂହ ମିଶ୍ର,ବିଧାୟକ ସୁରେଶ କୁମାର ରାଉତରାୟ,ସନ୍ତୋଷ ସିଂ ସାଲୁଜା,ତାରା ପ୍ରସାଦ ବାହିନୀପତି,ରମେଶ ଜେନା,ଅଧିରାଜ ମୋହନ ପାଣିଗ୍ରାହୀ,ଏସ ରାଜେନ ଏକ୍କା,ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ଶରତ ରାଉତ,ଗଣେଶ୍ୱର ବେହେରା, ଯୁଧିଷ୍ଠିର ଜେନା,ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ,ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ସେଠି,ନକୁଳ ନାୟକ,ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଦେବାଶିଷ ପଟ୍ଟନାୟକ,କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ଛାତ୍ର ସଭାପତି ୟାଶୀର ନୱାଜ, ଯୁବ ସଭାପତି ସ୍ମୁର୍ତ୍ତି ଲେଙ୍କା,ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ,କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଜାନକୀ ବଲ୍ଲଭ ପଟ୍ଟନାୟକ,ସୁଦର୍ଶନ ଦାଶ,ରଜନୀ କୁମାର ମହାନ୍ତି,ବିସ୍ମୟ ମହାପାତ୍ର ଦୀପକ ମହାପାତ୍ର,ମନୀଷା ତ୍ରିପାଠୀ,ଲତିକା ପ୍ରଧାନ,ସୁବ୍ରତ ମହାପାତ୍ର,କୁମାର ଚିରଞ୍ଜୀବ,ମଧୁସ୍ମିତା ଆଚାର୍ଯ୍ୟ, ପଦ୍ମାକର ଗୁରୁ, ଶୁଭେନ୍ଦୁ ମହାନ୍ତି,ଅଶୋକ ଦାଶ,ଗୀତାଞ୍ଜଳି ମହାନ୍ତି,ଲୋକନାଥ ମହାରଥୀ,ସଞ୍ଜୟ ତ୍ରିପାଠୀ,ଦୁର୍ଗା ପାଢ଼ୀ,କିଶୋର ଜେନା,ପ୍ରଣତି ମିଶ୍ର,ପ୍ରଦୀପ ମହାପାତ୍ର,ସସ୍ମିତା ବେହେରା,ମିହିର ଆଚାର୍ଯ୍ୟ,ସୁଶାନ୍ତ ତ୍ରିପାଠୀ,ମଧୁସ୍ମିତା ଆଚାର୍ଯ୍ୟ,ସିବାନନ୍ଦ ରାୟ,ବିଶ୍ୱ ଭୂଷଣ ଦାଶ, ବିଶ୍ୱ ରଞ୍ଜନ ମହାନ୍ତି,ବିଭୁତି ମିଶ୍ର,ଟୁନା ମହାପାତ୍ର,ବିଦୁ ଭୂଷଣ ତ୍ରିପାଠୀ,ଦ୍ଵାରିକା ମହାପାତ୍ର,ସନ୍ତୋଷ ପ୍ରଧାନ,ସୁଶାନ୍ତ ବେହେରା,ଅଭିଷେକ ମହାନନ୍ଦ ପ୍ରମୁଖ ଓଡିଶାରୁ ୬୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲେ।