ପୋଷ୍ଟର ହଟାଇ ନପାରି ଘୋଡ଼ାଇ ପକାଇଲେ
ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବା ପରେ ରାଜ୍ୟର ପ୍ରମୁଖ ସ୍ଥାନକୁ ମଣ୍ଡନ କରୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସ୍ଥାୟୀ ଫଳକ, ବ୍ୟାନର ଓ କଟ୍ ଆଉଟ୍ ଉପରେ କନା ପକାଇ ଦିଆଯାଇଛି । ତରବରିଆ ଭାବେ ସେଗୁଡ଼ିକୁ ହଟାଇବା ସମ୍ଭବ ହୋଇପାରିଲାନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି ।
ତେବେ ବିଜେଡିର କୁଜିନେତାମାନେ କହୁଛନ୍ତି, ଆମ ଦଳ କ୍ଷମତାକୁ ଆସିବ, ତେଣୁ ପୋଷ୍ଟରଗୁଡ଼ାକ ହଟାଇବା ବଦଳରେ ଘୋଡ଼ାଇ ଦିଆଯିବା ଦରକାର ।ରାଜକୋଷରୁ ଟଙ୍କା ଖର୍ଚ୍ଚ କରାଯାଇ ସ୍ଥାୟୀ ଫଳକ ନିର୍ମାଣ କରାଯାଇଛି । ସେଗୁଡ଼ିକୁ ନଷ୍ଟ କରିବା ଆଦୌ ଶୋଭନୀୟ ନୁହେଁ ।