ରାଜ୍ୟରେ ତାତି ୪୦ ଡିଗ୍ରୀ ଟପିବ

ଭୁବନେଶ୍ୱର: ଆଗକୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାକୁ ଯାଉଛି । ରାଜ୍ୟର ପ୍ରମୁଖ ସହରର ମୁଖ୍ୟରାସ୍ତା ଓ ଗଳିକନ୍ଦି ଛକଗୁଡ଼ିକରେ ଜଳଛତ୍ର ଖୋଲିଲାଣି । ମାର୍ଚ୍ଚ ୨୬ ତାରିଖ ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ପ୍ରତିବର୍ଷ ଭଳି ମାଲକାନାଗିରି, ବୌଦ୍ଧ ଓ ଟିଟିଲାଗଡ଼ର ତାପମାତ୍ରା ଉଚ୍ଚ ରହିବ ।

ରାୟଗଡ଼ା, ବଲାଙ୍ଗିର, ସୋନପୁର ଓ ଝାରସୁଗୁଡ଼ା ଭଳି ଅଂଚଳଗୁଡ଼ିକର ତାପମାତ୍ରା ୩୯ ଡିଗ୍ରୀ ରହିବ । ଭବାନୀପାଟଣା, ସମ୍ବଲପୁର ଓ ପାରଳାଖେମୁଣ୍ଡି ତାପମାତ୍ରା ୩୭ ଡିଗ୍ରୀ ପାଖାପାଖି ରହିବ ।ତାତି ଦାଉରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ଜଳଛତ୍ର, ମୋବାଇଲ ସ୍ୱାସ୍ଥ୍ୟସେବା, ଅଂଶୁଘାତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।