ଆଇପିଏଲ ମହା ମୁକାବିଲା: ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ହରାଇଲା ଚେନ୍ନାଇ

ମୁମ୍ବାଇ: ଆଇପିଏଲ ୨୦୨୪ ମହାମୁକାବିଲାର ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ନିକଟରୁ ୬ ୱିକେଟ୍‌ ବ୍ୟବଧାନରେ ହାରିଯାଇଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଶୁକ୍ରବାର ଦିନ ଚିଦାମ୍ବରମ ଷ୍ଟାଡ଼ିୟମରେ ମୁକାବିଲା ହୋଇଥିଲା ।

ବେଙ୍ଗାଲୁରୁ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ବେଙ୍ଗାଲୁରୁ ୧୭୩ ରନ୍‌ କରିଥିଲା । ଜବାବରେ ଚେନ୍ନାଇ ସୁପର କିଙ୍ଗ୍‌ସ ୪ ୱିକେଟ୍‌ ହରାଇ ୧୭୬ ରନ୍‌ ହାସଲ କରିଥିଲା ।