ସୁନା ଦରରେ ୬୪୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ଦେଶରେ ୨୪/୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୬୪୦ ଟଙ୍କା ହ୍ରାସ ପାଇଛି । ସଂଶୋଧିତ ଦର ମୁତାବକ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୨୭୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୬୦ ହଜାର ୭୦୦ ଟଙ୍କା ହୋଇଛି । ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ୬୩ ହଜାର ୮୨୦ ଟଙ୍କା ଧାର୍ଯ୍ୟ କରାଯାଇଛି ଓ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୫୮ ହଜାର ୫୦୦ ଟଙ୍କା ରଖାଯାଇଛି । ଭାରତର ବିଭିନ୍ନ ସହରରେ ସୁନା ଦର ଅଲଗା ଅଲଗା ରହିଛି ।

ସେହିପରି ରୂପା କିଲୋ ପିଛା ୮୦୦ ଟଙ୍କା ହ୍ରାସ ପାଇ ୭୪ ହଜାର ୧୦୦ ଟଙ୍କାରେ ଅଟକି ଯାଇଛି ।