ବିହାର ଓ ତାମିଲନାଡୁରେ ବିଜେପିକୁ କୂଳରେ ଲଗାଇବେ ଧର୍ମେନ୍ଦ୍ର ଓ ବୈଜୟନ୍ତ
ବିହାର ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବାର ଦାୟିତ୍ୱ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ଦିଆଯାଇଛି ।
ଦୁଇ ଓଡ଼ିଆଙ୍କ ଉପରେ ବିଜେପିର କେନ୍ଦ୍ରୀୟ ନେତାଗଣ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । ଦିଲ୍ଲୀରେ ବିଜେପିକୁ କ୍ଷମତାସୀନ କରିବା ପଛରେ ବୈଜୟନ୍ତ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିକଟତର ହୋଇପାରିଛନ୍ତି ।
ଧର୍ମେନ୍ଦ୍ର ମୂଳତଃ ବିଜେପି । ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇନି ।
ତଥାପି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତାକୁ ଦୃଷ୍ଟିରେ ରଖି ବିଜେପି ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ।
ବିହାରରେ ବିଜେପି ପ୍ରଚାର କାର୍ଯ୍ୟରେ ଧର୍ମେନ୍ଦ୍ରଙ୍କୁ ସାହାଯ୍ୟ କରିବେ ସିଆର ପାଟିଲ ଓ କେଶବ ପ୍ରସାଦ ମୌର୍ଯ୍ୟ ।
ସେହିପରି ତାମିଲନାଡୁରେ ବୈଜୟନ୍ତ ପଣ୍ଡାକୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାହାଯ୍ୟ କରିବେ ମୂରଲୀଧର ମୋହୋଲ ।