ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିବେ ଟିମ୍ ଇଣ୍ଡିଆର ଏହି ଖେଳାଳିଗଣ

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟିମ୍ ଇଣ୍ଡିଆକୁ ତୟାର କରାଯାଇଛି । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟିମ୍ ଇଣ୍ଡିଆରେ ୧୫ ଜଣ ଖେଳାଳିଙ୍କୁ ମଉକା ମିଳିଛି ।

ଅକ୍ଟୋବର ମାସରେ ୱେଷ୍ଟ ଇଣ୍ଡିଜ ସହିତ ଭାରତ ଦୁଇଟି ଟେଷ୍ଟ ଖେଳିବ ।

ସୂଚନା ମୁତାବକ ରବିନ୍ଦ୍ର ଜାଡେଜାଙ୍କୁ ଭାଇସ୍ କ୍ୟାପଟେନ କରାଯାଇଛି । ଦେବଦତ୍ତ ପାଡ଼ିକଲଙ୍କୁ ଦଳରେ ସାମିଲ କରାଯାଇଛି । ଶ୍ରେୟସଙ୍କୁ ଟିମରୁ ବାଦ ଦିଆଯାଇଛି ।

କରୁଣ ନାୟାରଙ୍କୁ ଦଳରୁ ବାଦ ଦିଆଯାଇଛି । ଏନ୍ ଜଗଦୀଶନଙ୍କୁ ବ୍ୟାକ୍ ଅପ୍ ୱିକେଟ୍ ରକ୍ଷକ ଦାୟିତ୍ୱ ଦିଆଯାଇଛି ।

ଅକ୍ଟୋବର ୨ ତାରିଖ ଦିନ ଅହମ୍ମଦାବାଦ ଷ୍ଟାଡିୟମରେ ୱେଷ୍ଟ ଇଣ୍ଡିଜ-ଭାରତ ପ୍ରଥମ ଟେଷ୍ଟ ଖେଳାଯିବ । ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ଖେଳାଳିମାନେ ହେଉଛନ୍ତି ଶୁଭମନ ଗିଲ (କ୍ୟାପଟେନ୍), ରବିନ୍ଦ୍ର ଜାଡେଜା (ଭାଇସ୍ କ୍ୟାପଟେନ୍), ଯଶସ୍ୱୀ ଜୟସ୍ୱାଲ, କେଏଲ୍ ରାହୁଲ. ସୁଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ, ଧ୍ରୁବ ଜୁରେଲ୍ (ୱିକେଟ୍ ରକ୍ଷକ), ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ ରେଡ୍ଡି, ଏନ୍ ଜଗଦୀଶନ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ।