କଂଗ୍ରେସରେ ସାମିଲ ହେ​‌ଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିକୁ ଏକ ଶକ୍ତ ଧକ୍କା ଦେଇ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଲିଙ୍ଗାୟତ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଶେଟ୍ଟାର ଏପ୍ରିଲ ୧୬ରେ ବିଜେପିରୁ ଇସ୍ତଫା ଦେଇଥିଲେ। ବିଜେପିରୁ ଟିକେଟ ନ ମିଳିବାକୁ ନେଇ ଅସନ୍ତୁଷ୍ଟ ଥିବା ଶେଟ୍ଟାର ବେଙ୍ଗାଲୁରୁର ପାର୍ଟି କାର୍ଯ୍ୟାଳୟରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ସମୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, କର୍ଣ୍ଣାଟକ ପିସିସି ସଭାପତି ଡି. କେ. ଶିବକୁମାର ଏବଂ କଂଗ୍ରେସ ନେତା ରଣଦୀପ ସୂର୍ୟ୍ୟେୱାଲା ପ୍ରମୁଖ ଉପସ୍ଥିତ ଥିଲେ।