କଂଗ୍ରେସ ଭବନରୁ ଇଡି ଅଫିସ ଅଭିମୁଖେ କଂଗ୍ରେସର ବିରାଟ ରାଲି

ରାଜାଧାନୀ ତାତିଲେ କଂଗ୍ରେସ କର୍ମୀ । ସୋନିଆଙ୍କୁ ଇଡିର ସମନ….

ଭୁବନେଶ୍ୱର : ରାଜାଧାନୀ ତାତିଲେ କଂଗ୍ରେସ କର୍ମୀ । ସୋନିଆଙ୍କୁ ଇଡିର ସମନ ପ୍ରସଙ୍ଗ ନେଇ କଂଗ୍ରେସ ଭବନରୁ ଇଡି ଅଫିସ ଅଭିମୁଖେ କଂଗ୍ରେସର ବିରାଟ ରାଲି ବାହାରିଥିବା ଦେଖିବାକୁ ମିଳିଛି ।
କେବଳ ରାଜ୍ୟ ନୁହେଁ ସୋନିଆ ଗାନ୍ଧୀଙ୍କୁ ଇଡି ସମନ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ଦେଖିବାକୁ ମିଳିଛି । ରାଜ୍ୟନୈତିକ ଉଦେଶ୍ୟ ରଖି ସୋନିଆ ଗାନ୍ଧୀଙ୍କୁ ଇଡି ସମନ କରଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସୋନିଆ ଗାନ୍ଧିଙ୍କୁ ବିଜେପି ସରକାର ଜାଣିସୁଣି ହଇରାଣ କରୁଛି । ଆମେ ଏହାକୁ କେବେ ବି ବରଦାସ୍ତ କରିବୁ ନାହିଁ । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । କଂଗ୍ରେସ ଭବନରୁ ବଡ଼ ରାଲି ବାହାରି ଭୁବନେଶ୍ୱର ଇଡି ଅଫିସ ଘେରାଓ କରିବାର ଯୋଜନା ରହିଛି ।