୨୪ ଘଣ୍ଟାରେ ଦେଶରେ ଆଉ ୨୧,୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ….

ନୂଆଦିଲ୍ଲୀ : ଦେଶରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ଆଉ ୨୧,୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଗୁରୁବାର ସକାଳ ୮ଟାରେ ମିଳିଥିବା ରିପୋର୍ଟ ଅନୁଯାୟୀ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୮,୮୮୧ରେ ପହଞ୍ଚିଛି। ବୁଧବାର ତୁଳନାରେ ଆଜି ସକ୍ରିୟ ଆକ୍ରାନ୍ତ ହାର ୩ ହଜାର ୨୨୭ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ହାର ୪.୨୫ ପ୍ରତିଶତ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ୧୮,୨୯୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିିତ୍ସାଧୀନ ଅବସ୍ଥାରେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୮୭୦ରେ ପହଞ୍ଚିଛି। ମହାମାରୀକୁ ହରାଇବା ପାଇଁ ଜାରି ରହିଥିବା ଟିକାକରଣ ୨ କୋଟି ଅତିକ୍ରମ କରି ସାରିଛି।