ଗରିବ ପିଲା ମୂର୍ଖ ହେଲେ ନବୀନଙ୍କୁ ଫାଇଦା
ପିଲାମାନେ ଅଧିକ ଶିକ୍ଷିତ ହେଲେ ଆଜିର ରାଜନେତାଙ୍କ ଅସଲ ମୁଖା ଖୋଲିଯିବ । କ୍ଷମତାସୀନ ବିଜେଡିର ଅପରାଧ ପରିଚାଳନା ଦକ୍ଷତା ଧରାପଡ଼ିଯିବ । ଅନ୍ୟ ମନ୍ତ୍ରୀମାନଙ୍କ ଦକ୍ଷତାକୁ ମାପି ହଟାଇବାର ଅଧିକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରହିଛି । ମାତ୍ର ଶାଗୁଣା ମାଂସକୁ ଖାଇବାର ଅଧିକାର କାହାରି ନାହିଁ।
ଓଡ଼ିଶାର ପିଲାମାନେ ଅପାଠୁଆ ହେଲେ ସବୁଠାରୁ ବଡ଼ #ଫାଇଦା ବିଜେଡିର ବୋଲି କଟାକ୍ଷ କରିଛି ରାଷ୍ଟ୍ରୀୟ ପରିବର୍ତନ ଦଳ । ଆର୍ଥିକ ସ୍ଥିତି ଦିଗରୁ ହେଉ ବା ଅଳ୍ପ ବୟସରେ ରୋଜଗାର କରିବାର ନିଶା ହେଉ, ପିଲାମାନେ ଆଉ ପଢ଼ିବାକୁ ରାଜି ନୁହନ୍ତି ।
ପ୍ରାଥମିକ ସ୍ତରରେ ଯେତିକି ପିଲା ବିଦ୍ୟାଳୟକୁ ଯାଉଛନ୍ତି; ଉଚ୍ଚ ମାଧ୍ୟମିକ ସ୍ତରରେ ହାର କମିଯାଉଛି । ଓଡିଶାର ୩୦ ଜିଲ୍ଲାର ୩୭୧ ଗାଁରେ ହୋଇଥିବା ସର୍ବେକ୍ଷଣରୁ ବିଦ୍ୟାଳୟରୁ ବାହାରେ ରହିଥିବା ୭୬୦୦ ପିଲାଙ୍କ ଭିତରୁ ମାତ୍ର ୨୬୦୦ ପିଲା ସ୍କୁଲକୁ ଫେରିଛନ୍ତି । ପ୍ରାୟ ୫୦୦୦ ପିଲା ବିଦ୍ୟାଳୟକୁ ଯିବାକୁ ନାରାଜ।
କେବଳ ଓଡ଼ିଶା ନୁହେଁ, ଛତିଶଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ତ୍ରିପୁରାରେ ମଧ୍ୟ ପିଲାଙ୍କ ଉପସ୍ଥାନ ହାର କମିଛି । ଏ ସଂପର୍କରେ ଜଣେ ଅଭିଭାବକ କହିଛନ୍ତି, ଆମ ପିଲାମାନେ ଅଧିକ ପାଠ ପଢ଼ିଲେ ପର ଦୁଆରେ ଖଟିବାକୁ ରାଜି ହେବେନି। ସେଥିରେ ଆମର କ୍ଷତି । ଅପାଠୁଆ ରହିଲେ, ପେଟ ପାଇଁ ମୂଲ ଲାଗିବାକୁ ଲାଜ ଲାଗିବନି । ଯାହା ବି ରୋଜଗାର କରିବ, ଦୁଇଓଳି ଖାଇପାରିବ।
ଆମ ପିଲା ପାଠ ପଢ଼ିଲେ ଡାକ୍ତର କି ଇଞ୍ଜିନିୟର ହେବନି । ସରକାରୀ ବାବୁମାନଙ୍କର ପିଲାମାନେ ଡାକ୍ତର ଇଞ୍ଜିିନିୟର ହୋଇପାରିବେ । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସେମାନଙ୍କ ପାଖରେ ଟଙ୍କା ଅଛି । ଆମେ ଯାହା ରୋଜଗାର କରୁଛୁ; ସେତିକିରେ ଦୁଇଓଳି ଖାଇବା କଷ୍ଟକର । ନବୀନ ବାବୁ ଦୟା କରିଛନ୍ତି ବୋଲି ଆମକୁ ଚାଉଳ ମିଳିଯାଉଛି । ଚାଷୀଙ୍କୁ କାଳିଆ ଟଙ୍କା ମିଳିଯାଉଛି । ହେଲେ ଆମ ଭଳି ଦିନ ମଜୁରିଆଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ ।