ମହାମେଳିରେ ମହାକଳି: ବିଜେପି ବିରୋଧରେ ନୀତୀଶଙ୍କ ହୁଙ୍କାର ଫୁସ୍‌

ବିଜେପି ବିରୋଧୀ ଗୋଠର ମହାବୈଠକରେ ନାନା ମୁନି ନାନା ମତ ପ୍ରକାଶ କରିଥିବାର ଲକ୍ଷ୍ୟ କରାଯାଇଛି । ନୀତୀଶଙ୍କ ମହାମେଳିକୁ ବହୁଜନ ସମାଜ ପାର୍ଟି ସମେତ ବହୁ ଆଂଚଳିକ ଦଳ ଯାଇନାହାନ୍ତି । ସମସ୍ତେ ମିଳିମିଶି ଲଢ଼ିବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ କେତେ ସତ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

ପୂର୍ବରୁ ଆଶା କରାଯାଉଥିଲା ଯେ ନୀତୀଶଙ୍କ #ମହାମେଳି ଉଭୟ କଂଗ୍ରେସ ଓ ବିଜେପିଠାରୁ ଦୂରତା ରକ୍ଷା କରିବ, କିନ୍ତୁ ମହାମେଳିରେ କଂଗ୍ରେସର ଯୋଗଦାନକୁ ଆପ୍‌ ସହଜରେ ଗ୍ରହଣ କରିପାରୁନି । ଆପ୍‌ ସହିତ ଆହୁରି କିଛି ଦଳ ଅଛନ୍ତି ଯୋଉମାନେ କଂଗ୍ରେସଠାରୁ ଧୋକା ଖାଇଥିବାରୁ ମହାମେଳି ଉପରେ ବିଶ୍ୱାସ କରି ପାରୁନାହାନ୍ତି।

ବିଜେପିର ଏକଛତ୍ରବାଦୀ ଶାସନକୁ ହଟାଇବା ପାଇଁ ମହାମେଳିରେ ଯୋଗଦାନ କରିଥିବା ନେତାମାନେ ହୁଙ୍କାର ମାରିଛନ୍ତି । ମାତ୍ର ସେ ହୁଙ୍କାରରେ ସେତେଟା ଦମ୍‌ ଥିବାର ଜଣାପଡୁନି।