ରାଜନୀତିରେ ଲାଜ ସରମ ନ ରହିବା ଭଲ

ଭୁବନେଶ୍ୱର: ବେଶ କିଛିଦିନ ଧରି ବିଜେପି-ବିଜେଡି ମେଂଟ କସରତ ଏବେ ଥଣ୍ଡା ପଡ଼ିଯାଇଛି । ନୂଆଦିଲ୍ଲୀରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଫେରି ଆସିଛନ୍ତି । ବିଜେପିର ଓଡ଼ିଶା ପ୍ରଭାରୀ ମଧ୍ୟ ମେଂଟ ବିଷୟକୁ ପଛକୁ ପକାଇ ଦେଇଛନ୍ତି ।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ମେଂଟ ପାଇଁ ବିଜେଡି ନିବେଦନ କରିଥିଲା; ମାତ୍ର ତାକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି ।

ପ୍ରଶ୍ନ ଉଠୁଛି, ବିଧାନସଭାରେ ୧୧୩ ଆସନ ଜିତିଥିବା ଦଳ କ’ଣ ପାଇଁ ମେଂଟ କରିବାକୁ ଆଗ୍ରହୀ ହେବ । ଲୋକସଭାରେ ଅଧିକ ଆସନ ଦଖଲ କରିଥିବା ବିଜେଡି କ’ଣ ପାଇଁ ମେଂଟ ଚାହିଁବ?

ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ହେଉ କି ନହେଉ, ସେଥିପ୍ରତି କୌଣସି ବିଜେପି ନେତା ଆଦୌ ଚିନ୍ତିତ ନୁହନ୍ତି । ସମସ୍ତଙ୍କର ଚିନ୍ତା ହେଉଛି, ଯେକୌଣସି ମତେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନାଇବା ।