୬ ଦିନ ପାଇଁ ଇଡି ରିମାଣ୍ଡକୁ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅପବ୍ୟବହାର ଓ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି । ବିବାଦୀୟ ଅବକାରୀ ନୀତି କାରନାମାର ରିଙ୍ଗ ଲିଡର ଭାବେ କେଜ୍ରିୱାଲଙ୍କୁ ବିବେଚନା କରିଛି ଇଡି । ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଅଦାଲତଙ୍କ ଅନୁମତି ଲୋଡ଼ିଥିଲା ।

ଆପ୍‌ର ସବୁ ବିଧାୟକ, ମନ୍ତ୍ରୀମାନେ ଅବକାରୀ ନୀତିର ଫାଇଦା ପାଇଛନ୍ତି ବୋଲି ଇଡି ପକ୍ଷରୁ କୁହାଯାଉଛି ।କେଜ୍ରିୱାଲଙ୍କୁ ଇଡି ମୁଖ୍ୟାଳୟରେ ସାରା ରାତି ରଖାଯିବା ପରେ ଶୁକ୍ରବାର ଦିନ ରାଉସ୍‌ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା ।