ରାଂଚି: ହେମନ୍ତ ସୋରେନଙ୍କୁ ଜେଲକୁ ପଠାଇ ଝାଡ଼ଖଣ୍ଡ ରାଜନୀତିକୁ ଗୋଳିଆ କରି ବାଜି ମାରିବା ପାଇଁ ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ଷଡ଼ଯନ୍ତ୍ର କାମ କଲାନି ।
ସୋମବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସପକ୍ଷରେ ୪୭ଟି ଭୋଟ ପଡ଼ିଲା ଓ ବିରୋଧରେ ୨୯ଟି ଭୋଟ ପଡ଼ିଲା । ବିଧାନସଭାରେ ୭୭ ଜଣ ବିଧାୟକ ଉପସ୍ଥିତ ଥିଲେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ରାମଦାସ ସୋରେନ୍, ବିଜେପି ବିଧାୟକ ଇନ୍ଦ୍ରଜିତ ମହତୋ ଓ ସ୍ୱାଧିନ ବିଧାୟକ ଅମିତ ମହତୋ ଅନୁପସ୍ଥିତ ଥିଲେ । ରାମଦାସ ଓ ଇନ୍ଦ୍ରଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ।
କିନ୍ତୁ ସ୍ୱାଧିନ ବିଧାୟକ ଅମିତ ମହତୋ ଭୋଟଦାନରୁ ବିରତ ରହି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । କିଡ୍ନୀଜନିତ ରୋଗରେ ପୀଡ଼ିତ ହୋଇ ରାମଦାସ ଦିଲ୍ଲୀସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି କରୋନା ସମୟରୁ ଅସୁସ୍ଥ ଇନ୍ଦ୍ରଜିତ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।