ଭାରି ମାନୁଛି ଶ୍ରୀମନ୍ଦିରକୁ ଜରାଜୀର୍ଣ୍ଣ ଗୁମୁଟ!

ମନ୍ଦିର ଚାରିପଟେ ସୁନ୍ଦର ପରିକ୍ରମା ପଥଟିଏ ନିର୍ମାଣ କରିଦେଲେ କି ଲାଭ ବୋଲି ଭକ୍ତମାନେ କହିବା ଆରମ୍ଭ କଲେଣି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମାରୋହ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁମାସ୍ତା ପାଣ୍ଡିୟାନ ଆତ୍ମବିଭୋର ହୋଇ କହିଥିଲେ ଯେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପଟରୁ ଜବରଦଖଲ ହଟାଇ ପରିକ୍ରମା ପଥ ତିଆରି କରିବା ବିଜେଡି ସରକାରଙ୍କ ପକ୍ଷେ ଏକ ଆହ୍ୱାନ ଥିଲା ।

ବହୁ ଘାତ ପ୍ରତିଘାତ ଦେଇ ବିଜେଡି ସରକାର ଶ୍ରୀମନ୍ଦିର ପରିକ୍ରମା ପଥଟିକୁ ତିଆରି କରିଦେଲେ; ମାତ୍ର ଶ୍ରୀମନ୍ଦିର ଓ ତା’ର ନିଖୁଣ କାରୁକାର୍ଯ୍ୟକୁ ସଂରକ୍ଷଣ କରିବା ବୁଦ୍ଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡକୁ ଜୁଟିଲାନି ।

ଶୁଣିବାକୁ ମିଳିଛି, ଶ୍ରୀମନ୍ଦିର ଉତରଦ୍ୱାର ଉପର ଭାଗରେ ଖଚିତ ପଦ୍ମପାଖୁଡ଼ା ଆକୃତିର କାରୁକାର୍ଯ୍ୟ ଭିତରେ ଗୋଟିଏ ଫାଟ ଦିଶୁଛି । ଯେକୌଣସି ସମୟରେ ସେଠାରୁ ପଥର ଖସିବାର ଆଶଙ୍କା ସୃଷ୍ଟି ହୋଇଛି । ସେବାୟତମାନେ କହୁଛନ୍ତି ଯେ ବେଶ କିଛିବର୍ଷ ଧରି ଉତର ଦ୍ୱାରରେ ଭାସ୍କର୍ଯ୍ୟ ଖଚିତ ଖଣ୍ଡଖଣ୍ଡ ଶିଳାମାନ ଖସୁଛି ।

ମୋଦୀ ସରକାରଙ୍କ ଉଦ୍ୟମରେ ଦେଶରେ ଏତେଗୁଡ଼ାଏ ଦକ୍ଷତା ବିକାଶ କେନ୍ଦ୍ରମାନ ଖୋଲାଯାଇଛି । ସେଠାରେ ନିଯୁକ୍ତ  ବରିଷ୍ଠ ପ୍ରଫେସରମାନେ ଏକଜୁଟ ହେଲେ ଶ୍ରୀମନ୍ଦିରଟିର ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣି ପାରିବେନି?