ଝାଡ଼ଖଣ୍ଡକୁ ଜେଏମ୍‌ଏମ୍‌ ଶୂନ୍ୟ କରିବାକୁ ଚକ୍ରାନ୍ତ

JMM conspired to empty Jharkhand

ରାଂଚି: ଝାଡ଼ଖଣ୍ଡ ରାଜ୍ୟ ଗଠନ ପଛରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଶିବୁ ସୋରେନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅଣଦେଖା କରାଯାଇ ପାରିବନି । ଶିବୁ ସୋରେନଙ୍କ ପରେ ତାଙ୍କ ପୁଅ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍‌ଏମ୍‌ ଏବେ ମଧ୍ୟ ଝାଡ଼ଖଣ୍ଡକୁ ଦୁର୍ଗ ମଣିଛି । ଝାଡ଼ଖଣ୍ଡ ରାଜନୀତିରେ ବିଜେପିର ଆଦିବାସୀ ନେତାମାନେ କିଛି ବର୍ଷ ପାଇଁ ଶାସନ କରିଥିଲେ ମାତ୍ର ଶିବୁ ସୋରେନଙ୍କ ବଂଶଧର ପ୍ରତି ଝାଡ଼ଖଣ୍ଡ ଜନତାଙ୍କ ମନରେ ଅଗାଧ ସ୍ନେହ ଓ ଶ୍ରଦ୍ଧା ରହିଛି ।

ଶିବୁ ସୋରେନଙ୍କ ବଂଶଧରକୁ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଭାବେ ପ୍ରମାଣିତ କରି ଝାଡ଼ଖଣ୍ଡ ଜନତାଙ୍କ ମନରୁ ଶିବୁଙ୍କ ଲୋକପ୍ରିୟତାକୁ ସବୁଦିନ ପାଇଁ ମାରିଦେବାକୁ ବିଜେପି ଅପପ୍ରୟାସ କରୁଛି ବୋଲି ଜେଏମଏମ୍‌ ଅଭିଯୋଗ କରିଛି ।

ସୂଚନା ମୁତାବକ ରାଂଚିସ୍ଥିତ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି । ହେମନ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଥିଲା ଇଡି; ମାତ୍ର ତଦନ୍ତ ଶେଷ ହୋଇ ନଥିବାରୁ ପୁଣି ରିମାଣ୍ଡ ପାଇଁ ଅନୁମତି ଲୋଡ଼ିଥିଲା ।