ଛାତ୍ରଛାତ୍ରୀଙ୍କୁ ପଢ଼ାଇବ ଲିଙ୍କନ ବିଶ୍ୱ ବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତରେ ଖୋଲିବାକୁ ଯାଉଛି ପ୍ରଥମ ଥର ପାଇଁ ବିଦେଶୀ ବିଶ୍ୱ ବିଦ୍ୟାଳୟ । ଭାରତର ୟୁଜିସି ସୀମା ସରହଦ ଭିତରେ ରହି ଭାରତୀୟ ଓ ଦେଶବିଦେଶର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ ମାଲେସିୟାର ଲିଙ୍କନ ବିଶ୍ୱ ବିଦ୍ୟାଳୟ ଆଗ୍ରହ ପ୍ରକାଶ କରିଛି ।

ଭାରତରେ କଲେଜ କ୍ୟାମ୍ପସ୍‌ ଖୋଲିବା ପାଇଁ ଲିଙ୍କନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ୟୁଜିସି ଅନୁମତି ଲୋଡ଼ାଯାଇଛି । ୟୁଜିସି’ର ୫ ଜଣିଆ ସ୍ଥାୟୀ କମିଟି ଉକ୍ତ ଆବେଦନ ପତ୍ରକୁ ଯାଂଚ କରୁଛି ।

ସୂଚନାଯୋଗ୍ୟ, କ୍ୟୁଏସ୍‌ ୱାର୍ଲଡ ୟୁନିଭର୍ସିଟି ର‍୍ୟାକିଂ ୨୦୨୩ ତାଲିକାରେ ଲିଙ୍କନ ୟୁନିଭର୍ସିଟି କଲେଜ ଯୋଗ୍ୟ ବିବେଚିତ ହୋଇଛି । ନିକଟରେ ଭାରତର  ଶିକ୍ଷାକ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ନାମକରା ବିଦେଶୀ ୟୁନିଭର୍ସିଟି ନିକଟରୁ ପ୍ରସ୍ତାବ ଲୋଡ଼ିଥିଲା ୟୁଜିସି ।