ପାରିବାରିକ ଝଡ଼ ପାଇଁ ଭଗବାନ ରାମଙ୍କୁ ଦାୟୀ କଲେ ମହିଳା

ଭୋପାଳ: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ରାମରସ ପିଆଇ ୪୦୦ରୁ ଅଧିକ ଆସନ ପାଇବାର ମହତ୍‌ ଉଦ୍ଦେଶ୍ୟ ରଖିଛନ୍ତି ।

କିନ୍ତୁ ମଧ୍ୟପ୍ରଦେଶର ଜଣେ ବିବାହିତା ମହିଳା ରାମପ୍ରେମକୁ ହନିମୁନ ଟ୍ରିପ୍‌ ପାଇଁ ବାଧକ ଦର୍ଶାଇ ସ୍ୱାମୀଙ୍କ ନିକଟରୁ ତ୍ରାହି ପାଇବାକୁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ହନିମୁନ ପାଇଁ ଗୋଆକୁ ଯିବା କହି ମହିଳାଙ୍କୁ ଅଯୋଧ୍ୟାକୁ ନେଇ ଯାଇଥିଲେ ତାଙ୍କ ସ୍ୱାମୀ ।

ଦୀର୍ଘ ୧୦ ଦିନ କାଳ ଅଯୋଧ୍ୟାରେ କଟାଇବା ଭିତରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ପଦୁଟେ ବିରୋଧ କରି ନଥିଲେ । ମାତ୍ର ଘରକୁ ଫେରିବା ମାତ୍ରେ ସ୍ୱାମୀଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ କରି ଛାଡ଼ପତ୍ର ପାଇଁ ଅଦାଲତକୁ ଯାଇଥିଲେ ।

ଉଭୟ ସ୍ୱାମୀ-ସ୍ତ୍ରୀ ଆଇଟି ସେକ୍ଟରରେ ଉଚ୍ଚ ଅଧିକାରୀ ଭାବେ ପ୍ରତିଷ୍ଠିତ । ପତ୍ନୀଙ୍କୁ ଆପଣା ମର୍ଜିରେ ନଚାଇବାର ଅଭିଳାଷ ରଖିଥିବା ହତଭାଗ୍ୟ ସ୍ୱାମୀମାନେ ଜାଣିବା ଉଚିତ ଯେ ବାପାମା’ ଓ ଭାଇଭଉଣୀଙ୍କ ପାଇଁ ପତ୍ନୀଙ୍କ ମନ ଓ ବିବେକ ସହିତ ଖେଳିବା ମହାବିପଦ ।