ଭାରତର ଅର୍ଥନୀତିକୁ ପଙ୍ଗୁ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ଜଣେ ଭାରତୀୟଙ୍କୁ କିଛିଦିନ ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରେ ବସାଇ ମାଇକ୍ରୋସଫ୍ଟ କମ୍ପାନୀ ଭାରତର ଅର୍ଥନୀତିକୁ ଦଖଲ କରିବାକୁ ବସିଛି । ତା’ ମାୟାରେ ପଡ଼ି ଭାରତର ଗୌରବୋଜ୍ଜ୍ୱଳ ଜ୍ଞାନକୌଶଳକୁ ଚିର ସମାଧି ଦିଆ ନଯାଉ ।

ଭାରତର ପ୍ରାୟ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ପ୍ରବୀଣ କରିବା ପାଇଁ ମାଇକ୍ରୋସଫ୍ଟ କମ୍ପାନୀ ସହିତ ଭାରତ ସରକାରଙ୍କ ବୁଝାମଣା ସଂପନ୍ନ ହୋଇଛି ।

ଭାରତ-ଆମେରିକା ବ୍ୟବସାୟିକ ବୁଝାମଣା ବାଟ ଦେଇ ମାଇକ୍ରୋସଫ୍ଟ ଏବେ ଭାରତରେ କାୟାବିସ୍ତାର କରିବ ।

ଭାରତୀୟ ବଂଶୋଦ୍ଭବ ସତ୍ୟ ନାଡେଲା ଏବେ ମାଇକ୍ରୋସଫ୍ଟର ମୁଖିଆ ଅଛନ୍ତି । ଏକ ସମାବେଶରେ ଯୋଗଦାନ କରି ନାଡେଲା ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଦୃଷ୍ଟିରେ ଗ୍ରହଣ କରିଛନ୍ତି । ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା ଏଆଇ’କୁ ଆଧୁନିକ ସମାଜର ଶକ୍ତିଶାଳୀ ଜ୍ଞାନକୌଶଳ ଭାବେ ବର୍ଣ୍ଣନା କରି ତାକୁ ଭାରତର ନିପଟରୁ ନିପଟ ମଫସଲରେ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି ।

ତେବେ କଥା ହେଉଛି, ସୂର୍ଯ୍ୟ ସ୍ଥିର ରହିଛି ଓ ପୃଥିବୀ ତା’ର ଚାରିପଟେ ବୁଲୁଛି ବୋଲି ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟ ପ୍ରଥମେ କହିଥିଲେ । ତା’ର ଶତାଧିକ ବର୍ଷ ପରେ ଗାଲିଲିଓ ସମାନ ମତବାଦ ପ୍ରକାଶ କରିଥିଲେ । କିନ୍ତୁ ସାରା ବିଶ୍ୱ ଗାଲିଲିଓଙ୍କୁ ସୂର୍ଯ୍ୟ-ପୃଥିବୀ ସଂପର୍କ ପାଇଁ ସ୍ମରଣ କରୁଛି । ଯାହା ନାହିଁ ଭାରତେ ତାହା ନାହିିଁ ଜଗତେ । ପୁରାତନ ଭାରତର ଜ୍ଞାନକୌଶଳ ସଂସ୍କୃତ ଭାଷାରେ ବେଦ ପୁରାଣ ଉପନିଷଦରେ ସ୍ଥାନ ପାଇଥିବାରୁ ତାକୁ ଅଧିକାଂଶ ଭାରତୀୟ ପଢ଼ି ପାରୁ ନଥିଲେ କି ବୁଝି ପାରୁ ନଥିଲେ । ତେଣୁ ଆଜି ଯୋଉ ଦୁନିଆ ଏଆଇ ଯାଦୁକରୀ କାରନାମାକୁ ପ୍ରଖରରୁ ପ୍ରଖରତମ ବୋଲି ପ୍ରଚାର କରୁଛି । ତାହା ଅତୀତ ଭାରତର ଗୌରବ ଥିଲା ।