ଧଉଳି-କଳିଙ୍ଗ ମହୋତ୍ସବ ପାଇଁ ପ୍ରଶାସନିକ ତତ୍ପରତା

ଭୁବନେଶ୍ୱର: ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ବିଭିନ୍ନ ଆଳରେ ଭୋଟରଙ୍କ ଆଖପାଖରେ ବୁଲିବା ପାଇଁ କ୍ଷମତାସୀନ ଦଳ ପକ୍ଷରୁ ନାନା ରଣନୀତି ତିଆରି କରାଯାଇଛି । ଓଡ଼ିଆ ଭାଷାକୁ ହୀନ ମଣୁଥିବା କିଛି ଉଚ୍ଚ ସରକାରୀ ଅଧିକାରୀ ଓ କ୍ଷମତାସୀନ ରାଜନେତାଙ୍କ ପରିଚାଳିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଗଣମାଧ୍ୟମ ଜରିଆରେ ସଫଳତାର ଡିଣ୍ଡିମ ପିଟାଗଲା ପରେ ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ ପାଇଁ ପ୍ରଶାସନିକ ସଜବାଜ ଆରମ୍ଭ ହୋଇଛି । ଫେବୃଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଚାଲିବ ।

ଏମିତି କହିଲେ, ପ୍ରତିବର୍ଷ ଫେବୃଆରୀ ମାସରେ ଶାନ୍ତି ଓ ଅହିଂସାର ପ୍ରତୀକ ଧଉଳି ପାହାଡ଼ର ପାଦଦେଶରେ ମହା ଆଡ଼ମ୍ବରରେ ପାଳନ କରାଯାଉଛି ଧଉଳି-କଳିଙ୍ଗ ମହୋତ୍ସବ । କିନ୍ତୁ ୨୦୨୪ ନିର୍ବାଚନ କାରଣରୁ ଚଳିତ ମହୋତ୍ସବଟି ଏକାଧାରରେ ବିଜେଡି, ନବୀନ ଓଡ଼ିଶା, ଫାଇଭ-ଟି ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଐତିହାସିକ ହୋଇ ରହିଯିବ । ନାଚଗୀତ ଓ ଅଭିନୟର ତାଳେ ତାଳେ ‘ନବୀନ ଓଡ଼ିଶା’ର ବିକାଶ ଅଭିଯାନକୁ କାଳ୍ପନିକ ଛାଂଚରେ ପକାଇ ମତୁଆଲା ଲୋକଙ୍କ ଭୋଟ ଲୁଟିବାର ଯୋଜନା ଚାଲିଛି ।

ବହୁ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କଳାକାରମାନେ ନୃତ୍ୟ ଓ ସଂଗୀତ ଜରିଆରେ ଲୋକଙ୍କ ଶାନ୍ତି ଓ ସଦ୍ଭାବନାର ପାଠ ପଢ଼ାଇବେ ।