ତାଲା ଭାଙ୍ଗି କଳାକନା ବୁଲାଇଲେ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ପୁଲିସ କମିଶନରେଟ ପାଇଁ ଅପରାଧ ରୋକିବା ସାଧ୍ୟାତୀତ ହୋଇପଡ଼ିଛି । ଦକ୍ଷ ପୁଲିସ କର୍ମଚାରୀମାନେ ଡାଳରେ ଡାଳରେ ଚାଲୁଥିଲା ବେଳେ ଅପରାଧିମାନେ ପତରେ ପତରେ ଚାଲିଛନ୍ତି ।

‘ପୁଲିସଠାରୁ ଚୋର ସବୁବେଳେ ଗୋଟିଏ ପାଦ ଆଗରେ’ ମନ୍ତବ୍ୟଟି ନବୀନ ସରକାରକୁ ଭାରି ମାନୁଛି । ମଂଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ା ଗ୍ରାମର ପୂର୍ଣ୍ଣାନନ୍ଦ ଭୋଇଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଯାଇଛି ବୋଲି ଥାନାରେ ଅଭିଯୋଗ କରାଯାଇଛି ।

ସୂଚନା ମୁତାବକ ଘରେ ତାଲା ପକାଇ ପରିବାର ଲୋକ ବୁଲିବାକୁ ଯାଇଥିଲା ବେଳେ ତା’ର ସୁଯୋଗ ନେଇ କିଛି ଅପରାଧପ୍ରବଣ ଲୋକ ତାଲା ଭାଙ୍ଗି ଘରେ ପଶିଛନ୍ତି ଓ ପ୍ରାୟ ୪ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି । ଅଭିଯୋଗ ପାଇବା ପରେ ମଂଚେଶ୍ୱର ପୁଲିସ ପକ୍ଷରୁ ତଦନ୍ତ ଜାରି ରଖିଛି ।