କଳିଙ୍ଗା ଘାଟି ରୁଷିଛି: ୩୦ ତାରିଖ ସୁଦ୍ଧା କାମ ସରିବନି

କଳିଙ୍ଗା ଘାଟି ବାଟ ଦେଇ ଗାଡ଼ିମଟର ଚଳପ୍ରଚଳ ବନ୍ଦ ହୋଇଯାଇଛି । ଗତ ୧୬ ତାରିଖରେ ଲଗାଣ ବର୍ଷା କାରଣରୁ ଘାଟି ରାସ୍ତା ଧସି ଯାଇଥିଲା ।

ଜାତୀୟ ରାଜପଥ ବିଭାଗ ପକ୍ଷରୁ ଅସ୍ଥାୟୀ ରାସ୍ତା ତିଆରି କରାଯାଉଥିଲା ।

ମାତ୍ର ସୋମବାର ଦିନ ପ୍ରବଳ ବର୍ଷା ହେବା ଫଳରେ ଘାଟିର ଉପର ମୁଣ୍ଡରୁ ବିରାଟ ବିରାଟ ପାହାଡ଼ ଖଣ୍ଡ ଗଡ଼ି ଆସିଥିଲା ।

ମଙ୍ଗଳବାର ସକାଳୁ ଘାଟି ରାସ୍ତା କାମ ଆରମ୍ଭ କରାଯାଇଛି ।

ଆଗାମୀ ଦିନରେ ଲଘୁଚାପଜନିତ ବର୍ଷା ଆଶଙ୍କା କରାଯାଉଥିବାରୁ ରାସ୍ତା କାମ ସଂପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କଳିଙ୍ଗା ଘାଟି ବାଟ ଦେଇ କୌଣସି ଯାନବାହନ ଚଳାଚଳକୁ ବାରଣ କରାଯାଇଛି ।

୩୦ ତାରିଖ ସୁଦ୍ଧା ଘାଟି କାମ ସରିଯିବାର ଲକ୍ଷଣ ପ୍ରକାଶ ପାଉନି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।