Public toilet in no-use mood: ରସୁଲଗଡ଼ରେ ନିର୍ମିତ ଶୌଚାଳୟଟି ସାଧାରଣ ଲୋକଙ୍କ କାମରେ ଲାଗୁନି ।
ଶୌଚାଳୟରେ ବିଜୁଳି ଓ ପାଣି ଲାଇନ୍ ସଂଯୋଗ କରାଯାଇନି । ଶୌଚାଳୟ ବାହାରେ ତାଲା ଝୁଲୁଛି । ରାଜଧାନୀର ଚଳଚଞ୍ଚଳ ଛକଗୁଡ଼ିକ ଭିତରେ ରସୁଲଗଡ଼ ଅନ୍ୟତମ ।
ଏହି ଛକରେ ମହିଳାଙ୍କ ପାଇଁ ଶୌଚାଳୟଟିର ଆବଶ୍ୟକତା ରହିଛି ।
ସରକାର ବହୁ ବିଚାର ବିମର୍ଷ କରି ଶୌଚାଳୟଟିଏ ନିର୍ମାଣ କଲେ ଓ ସେଥିରେ ତାଲା ଝୁଲାଇ ଦେଲେ । ସ୍ଥାନୀୟ କର୍ପୋରେଟରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ଶୌଚାଳୟଟି ଦୁର୍ଗାପୂଜା ସମୟରେ ଖୋଲିଲାନି ।
୧୪ ଲକ୍ଷ ଟଙ୍କାରେ ନିର୍ମିତ ଶୌଚାଳୟ ଏବେ ଉଠାଦୋକାନୀଙ୍କ ପସରା ଉହାଡ଼ରେ ଲୁଚିଗଲାଣି । ଶୌଚାଳୟ ସାମ୍ନା ଗାଡ଼ି ରହଣୀ ସ୍ଥାନ ହୋଇଛି ।
ଏକାଧିକ ମଲ, ମାର୍କେଟ, ବିଦ୍ୟାଳୟ, ବସଷ୍ଟାଣ୍ଡ ଥିବାରୁ ଶୌଚାଳୟଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ଦରକାର ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି ।