କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକାରୁ ମନିଷ ବାଦ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରେ ପୁଣିଥରେ ବିବାଦ ଦେଖାଦେଇଛି । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୀତି ସରଗରମ ହେବାରେ ଲାଗିଛି । ପଞ୍ଜାବ କଂଗ୍ରେସ ପାର୍ଟି ୩୦ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ଏହି ଷ୍ଟାର ପ୍ରଚାରକଙ୍କ ତାଲିକାରେ ସାଂସଦ ମନିଷ ତିୱାରୀଙ୍କ ନାମ ନାହିଁ । ସେଥିପାଇଁ ଶ୍ରୀ ତିୱାରୀ କ୍ଷୋଭ ପ୍ରକାଶ କରିବା ସହ ସେ କହିଛନ୍ତି ଯେ ମୋ ନାଁ ଯଦି ତାଲିକାରେ ଥା’ଆନ୍ତା ତେବେ ମୋତେ ଆଶ୍ଚର୍ଯ୍ୟ ହୋଇଥାନ୍ତା । ଏବେ କୌଣସି ଆଶ୍ଚର୍ଯ୍ୟ ହେଉନି କି ସେଠାରେ ନାହିଁ । ପ୍ରଶ୍ନ ରହିଲା ହିନ୍ଦୁ-ଶିଖକୁ ନେଇ ତେବେ ପଞ୍ଜାବରେ ସେନେଇ କେବେ କୌଣସି ପ୍ରସଙ୍ଗ ସାମ୍ନାକୁ ଆସିନାହିଁ । ଯଦି ଏହା ପ୍ରସଙ୍ଗ ହୋଇଥାନ୍ତା ତେବେ ମୁଁ ଆନନ୍ଦପୁର ସାହେବରୁ ସାଂସଦ ହୋଇନଥାନ୍ତି ।