ସୁରକ୍ଷାବାହିନୀଙ୍କ ଗୁଳିରେ ୨ ଆତଙ୍କୀ ସଫା

ଶ୍ରୀନଗର : ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କ ଏନ୍‌କାଉଣ୍ଟରରେ ଟିଆରଏଫର ୨ ଜଣ ଆତଙ୍କୀ ମୃତ୍ୟୁବରଣ କରିଛନ୍ତି । ଏନେଇ କଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଛି । ଆଇଜିପି (କଶ୍ମୀର)ଙ୍କ କହିବା ସୂଚନା ଅନୁସାରେ ନିହତ ଆତଙ୍କବାଦୀ କଶ୍ମୀର ଆତଙ୍କବାଦୀ ସଂଗଠନ ଟିଆରଏସର ସଦସ୍ୟ । ଏହି ଗ୍ରୁପକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ସହଯୋଗ କରିଥାଏ । ସେହିପରି ଆତଙ୍କଙ୍କଠାରୁ ୩ଟି ପିସ୍ତଲ ସହ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି ।