ଆଇପିଏଲ-୨୦୨୨: ଜାଣନ୍ତୁ କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ: ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ କହିଛନ୍ତି ଯେ ମହାରାଷ୍ଟ୍ରରେ ଆଇପିଏଲ୍‌ ୨୦୨୨ ର ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏହି ସମସ୍ତ ମ୍ୟାଚ୍‌ ମୁମ୍ବାଇ, ନାଭି ମୁମ୍ବାଇ ଏବଂ ପୁଣେରେ ଖେଳାଯିବ । ପ୍ଲେ ଅଫ୍‌ ମ୍ୟାଚ୍‌ ପାଇଁ ଆୟୋଜକ ସହର ଏବଂ ଷ୍ଟାଡିୟମ୍‌ ପରେ ନିଷ୍ପତ୍ତି ନିଆଯିବ । ତେବେ ଏହି ଦୌଡ଼ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରହିଛି । ଆଇପିଏଲ-୨୦୨୨ ଲିଗ୍‌ ମ୍ୟାଚ୍‌ କେବଳ ମହାରାଷ୍ଟ୍ରରେ ଖେଳାଯିବ ବୋଲି ବିସିସିଆଇ ସଭାପତି ଗାଙ୍ଗୁଲି ସୂଚନା ଦେଇିଛନ୍ତି । ଏହି ପ୍ଲେ ଅଫ୍‌ ମ୍ୟାଚ୍‌ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରିବ ।

ଅନ୍ୟପକ୍ଷରେ ବିସିସିଆଇ ଏପର୍ଯ୍ୟନ୍ତ ଆଇପିଏଲ-୨୦୨୨ ପାଇଁ ସ୍ଥାନ ସ୍ଥିର କରିନାହିଁ । କିନ୍ତୁ ଏଥର ଭାରତରେ ଖେଳାଯିବାର ଅଧିକ ସମ୍ଭାବନା ରହିଛି । ସେହିପରି ଯଦି ଭାରତରେ ଆଇପିଏଲ୍‌ ଅନୁଷ୍ଠିତ ନ ହୁଏ ତେବେ ବିସିସିଆଇ ଦକ୍ଷିଣ ଆଫ୍ରିକାରେ ଆଇପିଏଲ କରିବାକୁ ଚିନ୍ତା କରିପାରେ । ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ମଧ୍ୟ ଆଇପିଏଲ୍‌ ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି । ଅନ୍ୟପକ୍ଷରେ ଏହା ବାଦ୍‌ ୟୁଏଇରେ ମଧ୍ୟ ମ୍ୟାଚ୍‌ କରିବାକୁ ବିସିସିଆଇ ଯୋଜନା କରୁଥିବା ଜଣାପଡିଛି ।