ବସକୁ ଧକ୍କା ଦେଲା ପିଆଜ ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର: ଏକ ଘରୋଇ ଯାତ୍ରୀବାହୀ ବସକୁ ଧକ୍କା ଦେଲା ପିଆଜ ବୋଝେଇ ଟ୍ରକ । ଏହି ଘଟଣା ଘଟିଛି ସମ୍ବଲପୁର-ବରଗଡ ଜାତୀୟ ରାଜପଥରେ । ପ୍ରକାଶ ଯେ, ସମ୍ବଲପୁର-ବରଗଡ ରାଜପଥର ବୁର୍ଲା ସହରକୁ ପ୍ରବେଶ କରୁଥିବା ଛକରେ ଏକ ପିଆଜ ବୋଛେଇ ଟ୍ରକ ଏକ ଯାତ୍ରୀବାହି ଘରୋଇ ବସକୁ ଧକ୍କା ଦେଇଥିଲା । ସବୁଠୁ ବଡ କଥା ହେଉଛି ଏହି ବସରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।