କାର-ଟ୍ରକ ଧକ୍କାରେ ୫ ମୃତ

ୟୁପି: ଉତ୍ତର ପ୍ରଦେଶର ରାମପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଦ୍ରୁତଗତିରେ ଯାଉଥିବା କାର ଟ୍ରକ୍‌ ତଳେ ପଶିଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କାରରେ ଥିବା ୬ ଜଣ ବ୍ୟକ୍ତି ଆୟୋଜିତ ଏକ ବିବାହ ସମାରୋହରେ ଯୋଗଦେବାକୁ ଯାଇଥିଲେ ଓ କାର୍ଯ୍ୟକ୍ରମ ସାରି ନିଜ ଘରକୁ ଫେରୁଥିବା କାରର ଚାଳକ ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ଟ୍ରକକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ୫ ଜଣ ମୃତ୍ୟୁବରଣ କରିଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ôଚ ଶବଗୁଡିକ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।