ମଧ୍ୟ ଭୁବନେଶ୍ୱରକୁ ମଧ୍ୟମ ବାଟ ଯୁକ୍ତସଂଗତ

ଭୁବନେଶ୍ୱର: ନା ଅମରେଶ ନା ଅନନ୍ତ । ବିଜେଡି ପକ୍ଷରୁ ତୃତୀୟ ପ୍ରାର୍ଥୀକୁ ଟିକେଟ ମିଳିବା ଦରକାର । ଅନନ୍ତଙ୍କ କାର୍ଯ୍ୟଧାରା ସଂପର୍କରେ ଭୁବନେଶ୍ୱର ବାସିନ୍ଦା ଭଲ ଭାବେ ଅବଗତ । ତାଙ୍କ ସେବାର ଜ୍ୱଳନ୍ତ ପ୍ରମାଣ ରାଜଧାନୀ ବାସିନ୍ଦାଙ୍କ ଆଖି ଆଗରେ ଦେଖିବାକୁ ମିଳୁଛି । ତା’ମାନେ ନୁହେଁ ଯେ ପ୍ରତିଥର ତାଙ୍କୁ ସୁଯୋଗ ମିଳିବା ଦରକାର । ସୌଜନ୍ୟତା ଦୃଷ୍ଟିରୁ ଅନନ୍ତ ଧାଡ଼ିରେ ଠିଆ ହୋଇଥିବା ସହକର୍ମୀଙ୍କ ପାଇଁ ଚଉକି ଛାଡ଼ିଦେବା ଉଚିତ । ଅମରେଶଙ୍କ ବ୍ୟକ୍ତିଗତ ଜୀବନକୁ ଦୃଷ୍ଟିରେ ରଖି ଅନ୍ତତଃପକ୍ଷେ ଥରେ ସୁଯୋଗ ମିଳିବା ଦରକାର ।

ବିଜେଡି ମୁଖିଆଙ୍କୁ ଯଦି ବେଶି କସରତ କରିବାକୁ ପଡୁଛି । ତେବେ ଦୁଇ ବିଲେଇଙ୍କୁ ଆଡ଼ କରି ତୃତୀୟ ପ୍ରାର୍ଥୀକୁ ନିର୍ବାଚନ ମଇଦାନରେ ଠିଆ କରାଯିବା ଉଚିତ । ଏଥିରେ ଦୁଇ ବିଲେଇ କାନମୁଣ୍ଡା ଆଉଁସି ଥଣ୍ଡା ପଡ଼ିଯିବେ । ତା’ ସହିତ ରାଜଧାନୀ ବାସିନ୍ଦାଙ୍କୁ ନୂଆ ମୁଖିଆଟିଏ ମିଳିଯିବ ।

ସତକଥା କହିଲେ, ଦୀର୍ଘ ୨୦ ବର୍ଷ ଧରି ଅନନ୍ତଙ୍କ ମୁହଁଟା ଦେଖି ଦେଖି ରାଜଧାନୀ ବାସିନ୍ଦା ବୋର ହୋଇଗଲେଣି । ଭୁବନେଶ୍ୱରରେ ଜେନା ପରିବାରର କଳଙ୍କିତ ଇତିହାସ ଲଖ୍ଷ୍ମୀସାଗର, ଝାରପଡା,ବମିଖାଲ,ରସୁଲଗଡ,ପଣ୍ଡାରା, କୋରଡକଣ୍ଟା ଓ ବରଗଡ଼ ସ୍ଥାଇ ରାଜଧାନୀ ବାସିନ୍ଦାଙ୍କୁ ଭଲ ଭାବରେ ଜଣା ।