Nuapada Bye-election, ନୂଆପଡ଼ା ଉପ-ନିର୍ବାଚନ: ଓଡ଼ିଶା ରାଜନୀତିର ନବକଳେବର କରିବେ ସୀତାରାମ
Nuapada Bye-election ନୂଆପଡ଼ା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସରିଲା । ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ପ୍ରକ୍ରିୟା । ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର । ୨୪ ତାରିଖ ଅପରାହ୍ଣରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।
ନୂଆପଡ଼ା ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସକୁ ଛାଡ଼ିଦେଲେ, ସମାଜବାଦୀ ପାର୍ଟି, ବହୁଜନ ମୁକ୍ତି ପାର୍ଟି, ବହୁଜନ ସମାଜ ପାର୍ଟି, ଓଡ଼ିଶା ଜନତା ଦଳ ଓ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପକ୍ଷରୁ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।
୮ ଜଣ ଦଳୀୟ ପ୍ରାର୍ଥୀଙ୍କୁ ବାଦ ଦେବା ପରେ ଆହୁରି ୧୧ ଜଣ ସ୍ୱାଧୀନ ପ୍ରାର୍ଥୀ ନୂଆପଡ଼ା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ନୂଆପଡ଼ାର ଅଢ଼େଇ ଲକ୍ଷରୁ ଅଧିକ ଭୋଟର ୧୯ ଜଣ ପ୍ରାର୍ଥୀଙ୍କ ଭିତରୁ ନୂତନ ପ୍ରତିନିଧି ଚୟନ କରିବେ ।
୧୯ ଜଣ ପ୍ରାର୍ଥୀଙ୍କ ଭିତରୁ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପ୍ରାର୍ଥୀ ସୀତାରାମ ବେହେରା ଏକମାତ୍ର ଏପରି ଚେହେରା ଯିଏ ପ୍ରଥମରୁ ନୂଆପଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ହଟହଟା ହୋଇଛନ୍ତି ।
ଉପ-ନିର୍ବାଚନ ପରେ ନୂଆପଡ଼ା ଜିଲ୍ଲା ପ୍ରଶାସନକୁ ପ୍ରଥମେ ଅଳିଆ ଆର୍ବଜନାମୁକ୍ତ କରିବି ବୋଲି ସୀତାରାମ ଦୃଢ଼ତାର ସହିତ କହିଛନ୍ତି ।
ସୀତାରାମଙ୍କ ମତରେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ଅଳିଆ ବେଶ କିଛି ବର୍ଷ ଧରି ଜମି ରହିବା ଫଳରେ ଏକ ପ୍ରଦୂଷିତ ବାତାବରଣ ସୃଷ୍ଟି ହୋଇଛି । ସେଇ ଅଳିଆଗୁଡ଼ିକୁ ପ୍ରଥମେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହଟାଇ ଦିଆଯିବା ଜରୁରୀ ।
ନୂଆପଡ଼ା ମୁରବି ଜିଲ୍ଲାପାଳ କାର୍ଯ୍ୟାଳୟରୁ ବାହାରୁନାହାନ୍ତି, ନୂଆପଡ଼ା କଥା ଜାଣୁନାହାନ୍ତି, ଯାହା ମନକୁ ଆସୁଛି, ନିଷ୍ପତି ନେଇ ଯାଉଛନ୍ତି ।
ରାଜ୍ୟ ସଚିବାଳୟରୁ ନୂଆପଡ଼ା ଜିଲ୍ଲାପାଳଙ୍କ ନିକଟକୁ ଆସୁଥିବା ଆଦେଶଗୁଡ଼ିକ ବାଟ ହୁଡ଼ିଯାଉଛି ।
ନୂଆପଡ଼ା ଜନତାଙ୍କ ହାରି ଗୁହାରି ଜିଲ୍ଲାପାଳଙ୍କ କାନରେ ପଡୁନି, ଜିଲ୍ଲାପାଳ ମହୋଦୟ ତାଙ୍କ କାର୍ଯ୍ୟଦକ୍ଷତାକୁ ସାବ୍ୟସ୍ତ କରି ପାରୁନାହାନ୍ତି ।
୨୦ ତାରିଖ ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଘାସିରାମ ମାଝି, ଜୟ ଢୋଲକିଆ, ସ୍ନେହାଙ୍ଗିନୀ ଛୁରିଆ, ରମାକାନ୍ତ ହାତୀ, ହେମନ୍ତ ତାଣ୍ଡି, ରାଜାରାମ ସାହୁ, ଶୁକଧର ଦଣ୍ଡସେନା, ସୀତାରାମ ବେହେରା, ଆଶ୍ରୟ ମହାନନ୍ଦ, ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରି୍ରଆ, ଭୁବନଲାଲ ସାହୁ, ଲୋଚନ ମାଝି, ଭୂଜବଳ ଆଡବଙ୍ଗ, କିଶୋର କୁମାର ବାଗ, ଭକ୍ତବନ୍ଧୁ ଧରୁଆ, ନୀତା ବାଗ ଓ ଲକ୍ଷ୍ମୀକାନ୍ତ ତାଣ୍ଡି ।
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ସମେତ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ବହୁଜନ ମୁକ୍ତି ପାର୍ଟି, ଓଡ଼ିଶା ଜନତା ଦଳ, କଂଗ୍ରେସ, ବିଜେଡି ଓ ବିଜେପି ମଇଦାନକୁ ଓହ୍ଲାଇଛି ।