ରାହୁଲଙ୍କ ରାଜନୀତି ଖତମ୍, ବଳିଗଲେ ପ୍ରିୟଙ୍କା
ଆଉ ଲୋକସଭାରେ ଆଖି ମାରି ପାରିବେନି ରାହୁଲ
ଏପ୍ରିଲରେ ବାୟନାଡରେ ଉପନିର୍ବାଚନ!
ନୂଆଦିଲ୍ଲୀ: ଆମେଥିରୁ ହାରିଥିଲେ । ବାୟନାଡରୁ ଜିତି ଲୋକସଭାରେ ଆସ୍ଥାନ ଜମାଇଥିଲେ । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ସୁରତ କୋର୍ଟରେ ଦୁଇବର୍ଷ ଜେଲ ଦଣ୍ଡାଦେଶ ପାଇବା ପରେ ରାହୁଲଙ୍କୁ ସାଙ୍ଗେସାଙ୍ଗେ ଜାମିନ ମିଳିଗଲା ସିନା; ହେଲେ ଲୋକସଭା ସଚିବାଳୟରୁ ତ୍ରାହି ମିଳିଲାନି । ଚଟ୍ କରି କଟିଗଲା ଲୋକସଭାର ସଭ୍ୟପଦ । ତଳକୋର୍ଟ ରାୟକୁ ହାଇକୋର୍ଟ ଅବା ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ପାଇଁ ରାହୁଲଙ୍କ ପାଖରେ ସମୟ ଅଛି । ମାତ୍ର ବାୟନାଡରେ ଉପନିର୍ବାଚନ ପାଇଁ ସଜବାଜ ହେଲାଣି ନିର୍ବାଚନ ଆୟୋଗ । ଶୁକ୍ରବାର ଲୋକସଭା ବାଚସ୍ପତି ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି ରାହୁଲଙ୍କ ସଭ୍ୟପଦ କଟି ଯାଇଥିବା ସ୍ପଷ୍ଟ କରିଛନ୍ତି ।
ରାହୁଲ ଗାନ୍ଧୀଙ୍କ ରାଜନୀତି ଅସ୍ତ ହୋଇଯିବା କଥା ଏବେ ଦେଶସାରା ଆଲୋଚନା ଚାଲିଛି । କିଛିମାସ ତଳେ କଂଗ୍ରେସ ଅଧିବେଶନରେ ଯୋଗଦାନ କରି ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବା ବିଷୟ କହିଥିଲେ । ଅତଏବ ଏବେ କେବଳ ରହିଗଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅବଶ୍ୟ ୬ ବର୍ଷ ପାଇଁ ରାହୁଲ ନିର୍ବାଚନରେ ଲଢ଼ିପାରିବେନି; ୬ ବର୍ଷ ପରେ ରାହୁଲ ରାଜନୀତିରେ ଦ୍ୱିତୀୟ ଇନିଂସ ଆରମ୍ଭ କରିପାରନ୍ତି । ତେବେ ଏବେ ଭଉଣୀ ପ୍ରିୟଙ୍କାଙ୍କର ରାଜନୈତିକ ଭବିଷ୍ୟତ ସଜାଡିବା ରାହୁଲ ପକ୍ଷେ ଏକମାତ୍ର ବିକଳ୍ପ ।
ଗାନ୍ଧୀ-ନେହୁରୁ ପରିବାର ଶାସନକୁ ଖତମ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଣ କରିଥିଲେ ଯାହା କିଛିମାତ୍ରାରେ ସଫଳ ହେଲା । ୟା’ ପୂର୍ବରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲଡ୍ ମାମଲାରେ ଛନ୍ଦି ଦିଆଯାଇଛି । ଏପରିକି ମନି ଲଣ୍ଡରିଂ ମାମଲାରେ ମଧ୍ୟ ଗାନ୍ଧୀ-ନେହୁରୁ ପରିବାରକୁ ମଝିରେ ମଝିରେ ସିବିଆଇ ଚେଙ୍କ ଦିଆଯାଉଛି । ଖାସ୍ ସେଇଥିପାଇଁ ସୋନିଆ ଗାନ୍ଧୀ କିଛିଦିନ ପାଇଁ ବିଦେଶ ଯାଇ ଟିକେ ଖୋଲାବାୟୁ ସେବନ କରି ଫେରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ମେରୁଦଣ୍ଡ ଏପରି ଭାବେ ଭାଙ୍ଗିଯାଇଛି ଯୋଉଥିରୁ ମୁକୁଳିବା ୨୦୨୪ରେ ସମ୍ଭବପର ନୁହେଁ । ଏଭଳି କ୍ଷେତ୍ରରେ ରାହୁଲଙ୍କୁ ନିର୍ବାଚନ ଲଢ଼ିବାରୁ ଛୁଟି ଦେଇ କୋର୍ଟ ଏକପ୍ରକାର ଆଶୀର୍ବାଦ କରିଛନ୍ତି । ୨୦୩୦ ବେଳକୁ ବିଜେପିର ସ୍ଥିତି ଟଳମଳ ହୋଇ ଯାଇଥିବ । ସେତେବେଳେ କଂଗ୍ରେସ ଓ ବିଜେପି ଫୁଟାଡଙ୍ଗାରେ ବସିଥିବେ । ଉଭୟ ଏକାଠି ହୋଇ ତୃତୀୟ ମେଂଟ ବିରୋଧରେ ନିର୍ବାଚନ ଲଢ଼ିବେ ।
First Appear In #shaksinews