୧୫ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଲାଣ ।  ଫିରିଙ୍ଗିଆ ପୁଲିସ ଓ ଅବକାରୀ ବିଭାଗ ବାରମ୍ବାର ଧର ପଗଡ ସହ ଗଞ୍ଜେଇ ଜବତ ଏବଂ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ଗୁରୁବାର ପୁଣି ଦେଢ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଗାଁର ସୁନ୍ଦୁରୁମି ଜଙ୍ଗଲ ନିକଟ ରାସ୍ତାରେ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରେ ପୁଲିସକୁ ଦେଖି ଚାଲାଣକାରୀ ଗଞ୍ଜେଇ ଛାଡ଼ି ଫେରାର ହୋଇଯାଇଥିବା ବେଳେ ପୁଲିସ ଚାଲାଣ ପାଇଁ ରଖା ଯାଇଥିବା ଗଞ୍ଜେଇ ଜବତ କରିଥିବା ସୂଚନା ଦେଇଛି। ଅନ୍ୟପଟେ ଚାଲାଣ ହେଉଥିବା ଗଞ୍ଜେଇର ଓଜନ ୧୫ କ୍ବିଣ୍ଟାଲ ୪୮କେଜି ହୋଇଥିବା ବେଳେ ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ ୪୮/୨୩ରେ ଏକ ମାମଲା ରୁଜୁ କରାଯାଇଛି।ଏନେଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।