ନୂଆଦିଲ୍ଲୀ: ପୁତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ହାତକୁ ରାଏ ବରେଲି ଲୋକସଭା ଆସନ ଟେକି ଦେଇ ରାଜ୍ୟସଭାକୁ ଯିବା ପାଇଁ ନିଷ୍ପତି କରିଛନ୍ତି ସୋନିଆ ଗାନ୍ଧୀ । ଭାରତୀୟ ରାଜନୀତିରେ ଗାନ୍ଧୀ-ନେହୁରୁ ବଂଶକୁ ଆଗେଇ ନେବା ପାଇଁ ଏବେ ରାହୁଲ ଗାନ୍ଧୀଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଅଂଟା ଭିଡିଛନ୍ତି । ସ୍ୱଗତଃ ଇନ୍ଦିରା ଗାନ୍ଧୀ କହିଥିଲେ, ସେ ଚାଲିଯିବା ପରେ ମଧ୍ୟ ତାଙ୍କର ରକ୍ତ ଭାରତବାସୀଙ୍କ ସେବା କରିବ ।
ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ମଧ୍ୟ ଦଳର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ପଛରେ ସୋନିଆ ଗାନ୍ଧୀଙ୍କ ସମର୍ଥନ ରହିବା ଜରୁରୀ । ଏଇଟା କଂଗ୍ରେସ ପରିବାରର ଭିତିରି କଥା ।କଂଗ୍ରେସର ଯୋଉ ବରିଷ୍ଠ ରାଜନେତା ଯୋଉ ସମୟରେ ସୋନିଆ ଗାନ୍ଧୀଙ୍କ ନିଷ୍ପତିକୁ ଚାଲେଂଜ କରିଛନ୍ତି; ତାଙ୍କର ରାଜନୀତି ସେଇଠି ଶେଷ ହୋଇଯାଇଛି ।
ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ । ରାଜସ୍ଥାନ ଭାଗରେ ତିନୋଟି ରାଜ୍ୟସଭା ପଦବୀ ଖାଲି ହେଉଛି । ସେଥିଭିତରୁ ଗୋଟିଏ ସୋନିଆଙ୍କ ପାଇଁ ଛାଡ଼ି ଦିଆଯାଇଛି ।