ଭୁବନେଶ୍ୱର : ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ବହିଷ୍କାର କରାଯାଇଛି। ଉପସଭାପତି ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଦ ତାଙ୍କୁ ବହିଷ୍କୃତ କରିଛନ୍ତି। ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ଗତ କିଛି ଦିନ ଧରି ସୌମ୍ୟ ପଟ୍ଟନାୟକ ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ସାରା ଓଡ଼ିଶାରେ ଚର୍ଚ୍ଚାରେ ଥିଲେ।
ସୂଚନା ଯୋଗ୍ୟ, ଲଗାତାର କିଛି ଦିନ ଧରି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା। ନିକଟ ଅତୀତରେ ସେ ‘ଆମ ଘର ହାଲ୍ଚାଲ୍’ରେ ୫ଟି ସଚିବଙ୍କୁ ସମାଲୋଚନା କରି ଏକ ସମ୍ପାଦକୀୟ ଲେଖିଥିଲେ। ସମୟ ସମୟରେ ସେ ନିଜର ଅଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିଲେ।

ତେବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଯୁକ୍ତିରେ ସୌମ୍ୟବାବୁ ପିଲାଦିନୁ ସ୍ୱାଭିମାନୀ ଓ ସ୍ୱାଧୀନଚେତା ବ୍ୟକ୍ତି, ଯାହାକି ଜନସାଧାରଣ, ରାଜ୍ୟ ଓ ଦେଶର ଯେଉଁଥିରେ ଭଲ ହେବ ସେହି ବିଷୟରେ କୁହନ୍ତି ଓ କରନ୍ତି ।
ସେ ଆହୁରି ମଧ୍ୟ କହିଥିଲେ, ସେ ଯାହା ଜାଣିଛନ୍ତି ବିଜେଡି ଦଳ ବର୍ତ୍ତମାନ ଏକ ପ୍ରାଇଭେଟ କମ୍ପାନୀ ଭଳି ପରିଚାଳିତ ହେଉଛି ପାଣ୍ଡିଆନ ବାବୁ ମୁଖ୍ୟମନ୍ତ୍ରୀଙ୍କର ଜଣେ ସରକାରୀ ଅଧସ୍ତନ କର୍ମଚାରୀ । ତାଙ୍କର ନିଜର ନିଷ୍ପତ୍ତି ନେବାର କ୍ଷମତା ନାହିଁ I ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାଯ୍ୟ କରୁଛନ୍ତି। ତେଣୁ ତାଙ୍କର କ’ଣ ଦୋଷ ? ଏହି ମର୍ମରେ ସେ କହିଥିଲେ ‘ସାହୁ କହିଛି ପାକଲା ଧାନରେ ମଇ ଦେଉଛି ‘ । ମୁଖ୍ୟମନ୍ତ୍ରୀଙ୍କ ନିଦ୍ଧେଶ୍ୱରେ ଗଣତନ୍ତ୍ର ଶାସନରେ ପାଣ୍ଡିଆନ ମହାଶୟ ଯେଉଁ କାର୍ଯ୍ୟ କରୁଛନ୍ତି ଓ ଯେଉଁ ଭଳି କରାଯାଉଛି ତାହା ଠିକ କି ଭୁଲ ଏହାର ବିଚାର ଜନସାଧାରଣ କରିବେ।