ଭୋପାଳ: ଲଗାଣ ବର୍ଷାରେ ମଧ୍ୟପ୍ରଦେଶରେ ଜଳବନ୍ଦୀ ହୋଇ ରହିଛି ଅନେକ ଗାଁ, ଏହି ବନ୍ୟା ସ୍ଥିତି ପାଇଁ ଜଣେ ବିଜେପି ବିଧାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ପାର୍ଟିକୁ ଦାୟୀ କରିଛନ୍ତି । ସୁବେର ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ କହିଥିଲେ ନଦୀଗୁଡ଼ିକୁ ଯୋଡ । କିନ୍ତୁ ମନମୋହନ ଅଙ୍କଲ ୧୦ ବର୍ଷ ପର୍ୟ୍ୟନ୍ତ କିଛି କଲେ ନାହିଁ । ଏହାକୁ ନେଇ ସେ ଆହୁରି କହିଛନ୍ତି, ଆରେ ଭାଇ, ଅଟଳ ଜୀ ପୁରା ଦେଶକୁ ଚେତାବନୀ ଦେଇଥିଲେ ଯେ ଦେଶର ସବୁ ନଦୀକୁ ସଂଯୋଗ କରାଯାଉ ।
ମନମୋହନ ଅଙ୍କଲ କେଉଁ ନଦୀ ସବୁ ସଂଯୋଗ କରିଛନ୍ତି, କୁହ.. ଏହାର ଜବାବ କାହିଁକି ଦେଉନ? ସମସ୍ତ ହାତରେ ତ ଗୁଗଲ ଅଛି ଏବେ । ପ୍ରତ୍ୟେକ ବ୍ୟକ୍ତି କହିଦେବ କାଲି କେଉଁଠି ଜଳସ୍ତର ବଢ଼ିବ, କେତେ ପ୍ରତିଶତ ବର୍ଷା ହେବ ଏବଂ ସୂର୍ୟ୍ୟ ଉଦୟ ହେବ ନା ନାହିଁ । ଏଥିରେ କଣ ନୂଆ କଥା ରହିଛି ।’ ଏହା ବ୍ୟତୀତ ରାମେଶ୍ୱର ଶର୍ମାଙ୍କ ଅନୁସାରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ କହିଥିଲେ ନଦୀ ଗୁଡ଼ିକୁ ସଂଯୋଗ କର ନଚେତେ କେଉଁଠି ବନ୍ୟା ତ କେଉଁଠି ଶୁଖିଲା ପଡ଼ିବ । ଆପଣଙ୍କ ମନମୋହନ ଅଙ୍କଲ ୧୦ ବର୍ଷ ପ୍ରଧାନମନ୍ତ୍ରୀ ଥିଲେ । ତେବେ ଆପଣମାନେ କୁହନ୍ତୁ ସେ କେଉଁ ସବୁ ନଦୀ ସଂଯୋଗ କରିଛନ୍ତି । ତେଣୁ ବନ୍ୟା ବିପତ୍ତି ପାଇଁ କେବଳ କଂଗ୍ରେସ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି । 03