ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୈ।ର ନିର୍ବାଚନ ରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମର ଏରୋଡ୍ରମ ୟୁପି ସ୍କୁଲ୍ ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୱାର୍ଡରେ ବିଜେଡି ପକ୍ଷରୁ ମହାମାୟା ସ୍ବାଇଁ କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ନଳିନୀ ପ୍ରଭା ଖଟେଇ ଏବଂ କଂଗ୍ରେସ ପକ୍ଷରୁ ନିବାସୀ ଦେଈ ନିର୍ବାଚନ ଲଢୁଛନ୍ତି । ନବୀନ ନିବାସରୁ ଚାଲି ଚାଲି ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଥି ସହିତ ସେ କହିଛନ୍ତି, ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ନାଗରିକଙ୍କ ପ୍ରତିଟି ଭୋଟ ମୂଲ୍ୟବାନ। ଜଣେ ଦାୟିତ୍ୱବାନ ମତଦାତା ଭାବେ ପୌର ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରି ଭୋଟ ନିଶ୍ଚୟ ଦିଅନ୍ତୁ। ନିଜ ନାଗରିକ ଅଧିକାର ସାବ୍ୟସ୍ତ କରନ୍ତୁ। ନୂଆ ଓଡ଼ିଶା ଗଠନରେ ଭାଗିଦାର ହୁଅନ୍ତୁ।