କେଉଁ ରାଶି ପାଇଁ କେମିତି ରହିବ ମାର୍ଚ୍ଚ ୨୪ ତାରିଖ, ଗୁରୁବାର ଜାଣନ୍ତୁ

ମେଷ: ପ୍ରଚୁର ଅର୍ଥାଗମର ସୂଚନା ମିଳୁଛି । ସ୍ୱକୁଳ ପ୍ରଧାନ ହୋଇପାରନ୍ତି । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ସୁସ୍ଥ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ବୃଷ: ଉଚ୍ଚ ଅଭିଳାଷ ପୂରଣ ହେବ । ପରୋପକାର, ଆର୍ଥିକ ସ୍ୱଚ୍ଛଳତା, ରାଜନୀତିରେ ଉତ୍ତମ ବୁଝାମଣା , ଧର୍ମାନୁଷ୍ଠାନ ସହ ସୁସଂପର୍କ ରଖିବେ, ଦାମ୍ପତ୍ୟସୁଖ ମିଳିବ । ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମିଥୁନ: କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ । ବନ୍ଧୁମାନେ ସହ-ଯୋଗୀ ହେବେ । ପାରିବାରିକ ସୁଖ ସୌଭାଗ୍ୟ ଅବ୍ୟାହତ ରହିବ । ମାନସିକ ଅସ୍ଥିରତା ଦୂରହେବ ନାହିଁ । ଜମିବାଡି ସଂପର୍କୀତ ବିବାଦ ସମାଧାନ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

କର୍କଟ: ସ୍ଥିରବୁଦ୍ଧି ପ୍ରୟୋଗ ନକଲେ ପ୍ରତିକ୍ଷେତ୍ରରେ କ୍ଷତି ସହିବେ । ପାରିବାରିକ ସୁଖ, କର୍ମକ୍ଷେତ୍ରରେ ନେତୃତ୍ୱଲାଭ, ଦୂର ଯାତ୍ରାରେ ବ୍ୟୟ,ବ୍ୟବସାୟରେ ସମୃଦ୍ଧି ଓ ରାଜନୀତିରେ ଅଧୋଗତି ଆସିବ । ଘାତଚନ୍ଦ୍ର ଦିନସାରା ଭୋଗ ହେବ । ଶୁଭ ରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୧ ।

ସିଂହ: ରାଜନୀତିରେ ଉଚ୍ଚ ପଦାସୀନଙ୍କ ସାହଚର୍ଯ୍ୟ ମିଳିବ । ଶ୍ରୀଚନ୍ଦ୍ରଭୋଗ ପାଇଁ ଦିନଟି ମଙ୍ଗଳ ଦାୟକ ଅଟେ । ସଜ୍ଜନ ସଂପର୍କ, ପରୋପକାର, ସୁଖାଦ୍ୟ, ମନୋରଂଜନ ଏବଂବସ୍ତ୍ରାଳଙ୍କାର ପ୍ରାପ୍ତିଯୋଗ ଅଛି । ମନରେ ସନ୍ତୋଷ କର୍ମରେ ଶୃଙ୍ଖଳା ଆସିବ । ଶୁଭ ରଙ୍ଗ କେଶରୀ । ଶୁଭ ଅଙ୍କ ୧ ।

କନ୍ୟା: ବ୍ୟବସାୟରେଉନ୍ନତି, ଯାନ ବାହାନରେ ବ୍ୟୟ ସାମାଜିକ ପ୍ରତିଷ୍ଠା, ଧର୍ମକାର୍ଯ୍ୟରେ ଆଗ୍ରହ । କର୍ମକ୍ଷେତ୍ରରେ ଅଯଥା ଅଭିଯୋଗ ଆସିବ । ଉଚ୍ଚ କର୍ତ୍ତୃପକ୍ଷ ନିରବ ରହିବାକୁ ବାଧ୍ୟ ହେବେ । ଦୈହିକ ସ୍ୱାସ୍ଥ୍ୟ ସେପରି ଭଲ ନ ରହିପାରେ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୬ ।

ତୁଳା: ବ୍ୟୟ ହେଲେ ମଧ୍ୟ କାର୍ଯ୍ୟମାନ ସଂପାର୍ଦିତ ହେବ । ମାଙ୍ଗଳିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବେ। ଦିନଟି ଶାନ୍ତି ସନ୍ତୋଷ ପ୍ରଦାୟକ ହେବ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ବିଛା: ପରୋକ୍ଷରେ ଶତ୍ରୁ ବଢିବେ । ଯାନବାହନରେବ୍ୟୟ ଉଦ୍ୟମସଫଳ, ଆଧ୍ୟାତ୍ମିକ ଅନୁଚିନ୍ତନ ବୃଦ୍ଧି,ବ୍ୟବସାୟିକିଲାଭ ଓ ରାଜନୀତିରେକ୍ଷମତାବୃଦ୍ଧି। ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ। ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୯ ।

ଧନୁ: ଆର୍ଥିକ ସ୍ଥିତି ପୁର୍ଣ ସ୍ୱଚ୍ଛଳରହିବ । ମନରେସନ୍ତୋଷକର୍ମରେ ନିୟମିତତା, ବ୍ୟୟ ଆବଶ୍ୟକତା ଅନୁସାରେକରିବେ । ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇବ । ଶୁଭ ରଙ୍ଗ ନାଲି । ଶୁଭ ଅଙ୍କ ୫ ।

ମକର: ପରୋକ୍ଷରେ ଶତ୍ରୁବୃଦ୍ଧି , ମାନସିକ ଅସହାୟତା, ବନ୍ଧୁବାନ୍ଧବଙ୍କଠାରୁ ଗଠନ ମୂଳକ ପରାମର୍ଶ ପାଇବେ । ସାରାଦିନ ଘାତଚନ୍ଦ୍ର ଭୋଗ ହେବ ।ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

କୁମ୍ଭ: ବିବେକାନୁମୋଦିତ କାମ ସର୍ବଦା କରଣୀୟ । ଆୟଉପାର୍ଜନରେ ଅନିଶ୍ଚିତସ୍ଥିତି ଆସିପାରେ । ଉଚ୍ଚ ସଂପର୍କରେଉନ୍ନତି , ବ୍ୟୟବୃଦ୍ଧି, ପରିବାରରେ ମତ-ପାର୍ଥକ୍ୟର ସମ୍ଭାବନା। ଶୁଭ ରଙ୍ଗଗ୍ରୀନ୍ । ଶୁଭ ଅଙ୍କ ୬ ।

ମୀନ: ପରିବାରରେ ସମ୍ୟକ ବୁଝାମଣା, ଉପହାର ପ୍ରାପ୍ତି ଦୂର ଯାତ୍ରାରେ ବ୍ୟୟ ଆଧ୍ୟାତ୍ମିକ ଦିଗରେ ବିଶ୍ୱାସ ଓ ରାଜନୀତିରେ ଜନାବୃତି ମିଳିବ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୩ । ଶୁଭାକାଂକ୍ଷୀ ମାନେ ସହ-ଯୋଗର ହାତ ବଢେଇବେ । ବାସ ଗୃହରେ ଆବଶ୍ୟକ ଥିବାସଂସ୍କାର ଆଣିପାରିବେ ।