BJP : ‘ଦିନ ଆସିବ, ବିଜେପି ଜାତୀୟ ରାଜନୀତିରେ ଅଲୋଡା ହୋଇଯିବ’

BJP : ଇଡି, ସିବିଆଇ ବଳରେ ବିରୋଧୀ ନେତାଙ୍କୁ ନାଲିଆଖି ଦେଖାଇବାର ପରିଣାମ ଏମିତି ରୂପ ନେବ ବୋଲି ପ୍ରଧାନମନ୍ତ୍ରୀ ମୋଦିଜୀ ଆଦୌ ଭାବି ନଥିଲେ । ‘ଅପରେସନ୍ ସିନ୍ଦୁର’ ଅଭିଯାନରେ କେତୋଟି ରାଫେଲ ନଷ୍ଟ ହୋଇଛି ପ୍ରଶ୍ନର ଜବାବରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଯାହା କହିଛନ୍ତି, ତାହା ମୋଦି ସରକାରଙ୍କ ରାଫେଲ କିଣାବିକା ପଛର ହୀନ କାରସାଦିକୁ ଧରା ପକାଇଛି ।

ଭାରତ-ପାକ୍ ଅଘୋଷିତ ଯୁଦ୍ଧରେ ପାକିସ୍ତାନ ହାରିଗଲା ବୋଲି ଯୋଉ ବିଜେପି ନେତାମାନେ ମୁହଁ ଫୁଟାଣି ମାରୁଛନ୍ତି, ସେମାନେ ବାରିଦୁଆରେ ମୁହଁ ଲୁଚାଇ କାନ୍ଦୁଛନ୍ତି । ଅମିତ ଶାହଙ୍କୁ ମୁଣ୍ଡରେ ବସାଇବାର ପରିଣାମ ମୋଦିଜୀଙ୍କୁ ଭୋଗିବାକୁ ପଡ଼ିବ ।

ଯୋଉ ବିଜେପିକୁ ମହାଦ୍ରୁମରେ ପରିଣତ କରିବା ପାଇଁ ମୋଦିଜୀ ତାଙ୍କ ଯୌବନକୁ ଖର୍ଚ୍ଚ କରି ଦେଇଛନ୍ତି, ସେହି ବିଜେପି ମୋଦିଜୀଙ୍କୁ ଜନତାଙ୍କ ଦରବାରରେ ଏକୁଟିଆ କରି ଦେବ ।