Eyes : ମାତ୍ର ୫ ଦିନ ଭିତରେ ଆଖି ଚାରପଟୁ କଳାଦାଗ ଲିଭିଯିବ

ମୋବାଇଲରେ ୱେବ୍‌ ସିରିଜ ଅବା ଚଳଚ୍ଚିତ୍ର  ଅବା ଆଉ କିଛି ଦେଖୁଛନ୍ତି...

Eyes : ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ମାମୁଲି ହୋଇଗଲାଣି । କିଛି ଲୋକ କାମ କରିବା ପାଇଁ ଅନିଦ୍ରା ରହୁଛନ୍ତି ତ କିଛି ମୋବାଇଲରେ ୱେବ୍‌ ସିରିଜ ଅବା ଚଳଚ୍ଚିତ୍ର  ଅବା ଆଉ କିଛି ଦେଖୁଛନ୍ତି । ସୋସିଆଲ ମିଡିଆରେ ପ୍ରସାରିତ ନାନା କାର୍ଯ୍ୟକ୍ରମ ମଧ୍ୟ ଦେଖୁଛନ୍ତି ।

ବେଳେ ବେଳେ ବା ସମୟ ସମୟରେ ମନକୁ ଆସେ, ବେଶି ରାତି ଯାଏ ଅନିଦ୍ରା ରହୁଛି ଏବେ ସିନା ଦେହ ପା’ ଠିକ ଅଛି, ଆଗକୁ ଖରାପ ହୋଇଯିବନି ତ?

ଆପଣ ଜାଣନ୍ତି! ବିଳମ୍ବିତ ରାତି ଯାଏ ଅନିଦ୍ରା ରହିଲେ ଆଖି ଚାରିପଟ ପତା ଉପରେ ଘନ କଳାଦାଗ ପଡ଼ିଯାଏ । ଅଧିକାଂଶ ଲୋକଙ୍କ ଆଖି କୋରଡ ଭିତରକୁ ପଶିଯିବା ଭଳି ଦେଖାଯାଏ । ଆଖି ଭିତରେ ଥିବା ଧଳା ଅଂଶଟି ରକ୍ତିମ ଆକାର ଧାରଣ କରେ ।

ଆଖି ଚାରିପଟୁ କଳାଦାଗ ହଟାଇବା ପାଇଁ ବହୁ ଯୁବକ ଯୁବତୀ ବଜାରରେ ମିଳୁଥିବା କ୍ରିମ ବ୍ୟବହାର କରନ୍ତି । ମାତ୍ର ସମସ୍ତଙ୍କ ଶରୀର ପାଇଁ ସବୁ କ୍ରିମ କାମ ଦିଏନା । ଫେସ୍‌ ପ୍ୟାକ୍‌ ଅବା ମାସ୍କ ଭଳି ସାମଗ୍ରୀ ବ୍ୟବହାର କଲେ ମଧ୍ୟ ସୁଫଳ ମିଳେନା । ସେପରି ମାମଲାରେ ଆମ ପରାମର୍ଶ ଦମ୍‌ଦାର ସାବ୍ୟସ୍ତ ହେବ।

ବଜାରକୁ ଯାଆନ୍ତୁ, ଗୋଟିଏ ଏଲୋବିରା ଜେଲ କିଣି ଆଣନ୍ତୁ । କିଛି ଭିଟାମିନ୍‌ ଇ କ୍ୟାପସୁଲ କିଣି ଆଣନ୍ତୁ । ଗୋଟିଏ ଗିନାରେ କିଛି ଏଲୋଭିରା ଜେଲ ରଖନ୍ତୁ । ସେଥିରେ ଦୁଇଟି ଭିଟାମିନ୍‌ ଇ କ୍ୟାପସୁଲରୁ ତେଲ ବାହାର କରି ଗୋଳାଇ ଦିଅନ୍ତୁ । ସେହି ଜେଲକୁ  ରାତିରେ ଶୋଇବା ପୂର୍ବରୁ ଲଗାଇ ଦିଅନ୍ତୁ। ମାତ୍ର ୫ ଦିନରେ ଆଖିପତାରୁ କଳାଦାଗ ଲିଭିଯିବ।