Malaika : ସୋ’ ବିଜିନେସ୍ରେ ଲାଜସରମକୁ ଦେଖିଲେ ଚଳିବ? ବୟସ ଯେତିକି ବଢୁଛି, ସେତିକି ଛୋଟ ପୋଷାକ ପିନ୍ଧୁଛନ୍ତି ମଲାଇକା । ୫୧ ବର୍ଷ ବସୟରେ ପଦାର୍ପଣ କରିଥିବା ଏହି ଅଭିନେତ୍ରୀ ତାଙ୍କ ସ୍ୱତନ୍ତ୍ର ଅନ୍ଦାଜକୁ ଛାଡ଼ି ପାରିନାହାନ୍ତି । ଫିଟ୍ନେସ୍ ଓ ଫେସନ୍ ଦୁନିଆରେ ତାଙ୍କ ଫିଗର୍ ଯିଏ ଦେଖୁଛନ୍ତି, ତାରିଫ୍ କରୁଛନ୍ତି । ଆଜିର ଚର୍ଚ୍ଚିତ ଅଭିନେତ୍ରୀମାନେ ଯୋଉ ଲୁକ୍ ଦେବାକୁ ପଛାଇ ଯାଉଚନ୍ତି, ସେ ଲୁକ୍ ଦେବାକୁ ମଲାଇକା ଲାଜ କରୁନାହାନ୍ତି ।
ଏକ କାର୍ଯ୍ୟକ୍ରମରେ ଭାଗ ନେଇ ମଲାଇକା ଅରୋରା ତାଙ୍କର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଅଲଗା ଅଲଗା ପୋଜ୍ରେ ଚାରିଟି ଫଟୋ ସେୟାର କରି ସେ ଗ୍ଲାମର ଦୁନିଆକୁ ବିଚଳିତ କରି ପକାଇଛନ୍ତି । ୨୨ ବର୍ଷ ବୟସର ପୁଅ ଆଗରେ ମଲାଇକା ଏଭଳି ସେକ୍ସି ଲୁକ ଦେବେ ବୋଲି କେହି ଭାବି ନଥିଲେ ।
ପ୍ରଶଂସକମାନେ ମଲାଇକାଙ୍କ ଅର୍ଦ୍ଧନଗ୍ନ ଶରୀରକୁ ଦେଖି ‘ତୁ ଚିଜ୍ ବଡ଼ି ହୈ ମସ୍ତ ମସ୍ତ’ କହୁଥିଲା ବେଳେ ମଲାଇକାଙ୍କ ପୁଅ କ’ଣ ଭାବୁଥିବେ, ଆପଣ ଭାବନ୍ତୁ ।