*ବିମାନବନ୍ଦରଠାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ମୋଦି ସରକାରଙ୍କ ସଦ୍ୟ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସମସ୍ତ ରାଜ୍ୟ ଓ ସଂପ୍ରଦାୟର ପ୍ରତିନିଧି ସ୍ଥାନ ପାଇଛନ୍ତି । ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀମାନେ ଦେଶର ପ୍ରାୟ ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆର୍ଶୀବାଦ ଲୋଡିବେ । ଏହି ଜନ ଆର୍ଶୀବାଦ ଯାତ୍ରା ୧୪୨ ଦିନ ଯାଏଁ ଚାଲିବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ।

ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବ୪ ଦିନିଆ ଓଡିଶା ଗସ୍ତରେ ଆସି ଆଜି ସକାଳେ ଭୂବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ । ବାଦ୍ୟ ଏବଂ ପାରଂପରିକ ପାଇକ ନୃତ୍ୟ ଓ ଗୀତ ସହ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିମାନବନ୍ଦରଠାରେ ସ୍ୱାଗତ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ରାଜ୍ୟ ବିଜେପିର ବହୁ ବିଧାୟକ, ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ପୁଷ୍ପଗୁଚ୍ଛ ଦେଇ ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ପୁରୀ ଯାତ୍ରା ଅବସରରେ ଭୂବନେଶ୍ୱର କଳ୍ପନା ଛକ, ବାର୍ ଆସୋସିଏସନ୍, ଲିଙ୍ଗିପୁର ଛକ, ଉତରା ଛକ, ପିପିଲି, ବଳଙ୍ଗା, ସାତଶଙ୍ଖ, ଚନ୍ଦନପୁର, ଅଠରନଳା ଆଦି ସ୍ଥାନରେ ଦଳୀୟ କାର୍ଯ୍ୟକର୍ତା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବ୍ୟାପକ ସ୍ୱାଗତ ଜ୍ଞାପନ କରାଯାଇଥିଲା । ପୁରୀ ପହଂଚିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ସିଧାସଳଖ ଶ୍ରୀ ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ପ୍ରଭଂଜନ ମହାପାତ୍ରଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଭୂବନେଶ୍ୱର ପ୍ରତ୍ୟାବର୍ତନ କରି ଉଭୟ କେନ୍ଦ୍ରମନ୍ତ୍ରୀ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେହିପରି ପାର୍ଟୀର ମହିଳା, ଅନୁସୁଚିତ ଜନଜାତି, ଅନୁସୁଚିତ ଜାତି, ଓବିସି, ସଂଖ୍ୟାଲଘୁ ଏବଂ ଯୁବମୋର୍ଚ୍ଚା ତରଫରୁ ଉଭୟ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଦଳର ବୁଦ୍ଧିଜୀବି ପ୍ରକୋଷ୍ଟ, ଗଣମାଧ୍ୟମ ବିଭାଗ, ଅବସର ସୈନିକ ପ୍ରକୋଷ୍ଠ, ନମାମୀ ଗଙ୍ଗେ ପ୍ରକୋଷ୍ଠ, ପଂଚାୟତରାଜ ପ୍ରକୋଷ୍ଠ, ବିଜେପି ବାର୍ତା, ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରାଯାଇ ସ୍ୱାଗତ ଏବଂ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।ଜିଲ୍ଲା ସଭାପତିମାନଙ୍କ ନେତୃତ୍ୱରେ ଆସିଥିବା ବିଭିନ୍ନ ଜିଲ୍ଲାର ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ବରିଷ୍ଠ ନେତା ମନମୋହନ ସାମଲ, ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଓ ପିଙ୍କି ପ୍ରଧାନ, ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ବିଶିଷ୍ଠ ଶିକ୍ଷାବିତ୍ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ଗୋକୁଳାନନ୍ଦ ଦାଶ, ଡ.ପ୍ରଫୁଲ୍ଲ ମିଶ୍ର, ଡ.ସପ୍ନେଶ୍ୱର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।
ଏହା ବ୍ୟତୀତ ଇଷ୍ଟକୋଷ୍ଟ ରେଲୱେ ମଜଦୁର ସଂଘ, ରେଲୱେ ଇଂଜିନିୟରିଂ ଆସୋସିଏସନ୍, ବିଏସ୍ଏନ୍ଏଲ୍ କର୍ମଚାରୀ ସଂଘ, ଉକ୍ରଳ ସାମ୍ବାଦିକ ସଂଘ, ଓଡିଶା ବ୍ୟବସାୟୀ ମହାସଂଘ, ଭାରତୀୟ ବିଦ୍ୟା ଭବନ, ଗ୍ଲୋବାଲ ପିସ୍ ଫାଉଣ୍ଡେସନ୍, ମହାବିର ଆଂଚଳିକ ବିକାଶ ପରିଷଦ, ଓଡିଶା ଦୁର୍ନୀତି ସଂଘର୍ଷ ମଂଚ, ମାରୱାଡି ସମାଜ, ଗୁଜୁରାଟି ସମାଜ, ବିହାରୀ ସମାଜ ତରଫରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗସ୍ତ ଅବସରରେ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ରାଜ୍ୟର ବହୁମୁଖୀ ବିକାଶ ହେଉଛି ବିଜେପିର ପ୍ରାଥମିକତା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ପ୍ରୟାସ ହେଉଛି ପୂର୍ବଦ୍ୟୋୟର ବିକାଶ । ରାଜ୍ୟର ଗରୀବ, ବଂଚିତ, ଶୋଷିତ ବର୍ଗଙ୍କ କଲ୍ୟାଣ ପାଇଁ ତ୍ୱରିତ୍ୱ ପଦକ୍ଷେପ ସ୍ୱରୂପ ଆମେ ସମସ୍ତେ କାର୍ଯ୍ୟ କରିବୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ନବ ଏହି ଅବସରରେ କହିଛନ୍ତି । ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ନବ ଆଜି ରାତିରେ ରାୟଗଡା ଅଭିମୁଖେ ଯାତ୍ରା କରିଛନ୍ତି । ଶ୍ରୀ ବୈଷ୍ନବ ଆସନ୍ତା କାଲି ରାୟଗଡାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ କରିବେ । ଏହା ପରେ କୋରାପୁଟ ଅଭିମୁଖେ ଗସ୍ତ କରି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରାତ୍ରଯାପନ କରିବେ । ୨୧ ତାରିଖ ଦିନ ଶ୍ରୀ ବୈଷ୍ନବ କୋରାପୁଟରୁ ବାହାରି ଜୟପୁର, ବୋରିଗୁମା, ନବରଙ୍ଗପୁର, ପାପଡାହାଣ୍ଡି, କୋକସରା, ଜୁନାଗଡଦେଇ ଭବାନୀପାଟଣାଠାରେ ପହଂଚି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରାତ୍ରଯାପନ କରିବେ । ସେହିପରି ୨୨ ତାରିଖ ଦିନ ଶ୍ରୀ ବ÷÷ଷ୍ନବ ଭବାନିପାଟଣାରୁ କେସିଙ୍ଗା, ଟିଟିଲାଗଡ, କଂଟାବାଂଜି, ପାଟଣାଗଡ ଦେଇ ବଲାଙ୍ଗୀରଠାରେ ପହଂଚି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ସଂଗଠନ ଓ ବର୍ଗର ଲୋକମାନଙ୍କ ସହ ଆଲୋଚନା କରି ରାତିରେ ରେଳ ଯୋଗେ ଭୂବନେଶ୍ୱର ପ୍ରତ୍ୟାବର୍ତନ କରିବେ ।