ସଂଗ୍ରାମ କେଶରୀ ଜେନାଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକସଭା

ଭୁବନେଶ୍ବର,(ଏସ୍ ନ୍ୟୁଜ୍): ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ଟାଣୁଆ ସଂଗଠକ ସଂଗ୍ରାମ କେଶରୀ ଜେନା (ବାପି) ଙ୍କ ବିୟୋଗରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଶୋକ ସଭାରେ ଅଧ୍ୟକ୍ଷତା କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ବାପି ବାବୁଙ୍କର କାର୍ଯ୍ୟ ସରିନଥିଲା । ସେ ଆଗକୁ ଆହୁରି ବଢ଼ିଥାନ୍ତେ । ଜଣେ ଦୃଢ଼ ସଂଗଠକ ଭାବରେ ତାଙ୍କର ସ୍ୱତନ୍ତ୍ର ସ୍ଥାନଥିଲା । ଈଶ୍ୱର ତାଙ୍କର ଅମର ଆତ୍ମାର ସଦ୍‌ଗତି ପ୍ରଦାନ କରନ୍ତୁ ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ସଭାରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ପରେ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନଗୋ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠୀର ଜେନା, ଯଜେ୍ଞଶ୍ୱର ବାବୁ, ହଳଧର ସେଠୀ, ଅମିୟ କୁମାର ପଟ୍ଟନାୟକ, ସୁରେଶ ମହାପାତ୍ର, ବନ୍ଦିତା ପରିଡ଼ା, ବିଶ୍ୱ ରଞ୍ଜନ ମହାନ୍ତି, ବିଶ୍ୱ ଭୂଷଣ ଦାସ, ରବି କର ପ୍ରମୁଖ ସଂଗ୍ରାମ ବାବୁଙ୍କୁ ଜଣେ ନିସ୍ୱାର୍ଥପର ସଂଗଠକ ଥିଲେ ବୋଲି କହିଥିଲେ ।

ସେ ଯୁବ ବର୍ଗର ପ୍ରେରଣାଦାୟି ଥିଲେ । ତାଙ୍କ ଚିନ୍ତାଧାରାକୁ ଆଜିର ଯୁବ ସମାଜ ଗ୍ରହଣ କରିବା ଉଚିତ । ମଧ୍ୟାହ୍ନରେ ତାଙ୍କର ଜୀବନ ସୂର୍ଯ୍ୟାସ୍ତ ହେଲା ବୋଲି ବକ୍ତାମାନେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ପ୍ରଦୀପ ମାଝୀ, କିଶୋର ଜେନା, ବିଶ୍ୱଜିତ ଦାଶ, ରଶ୍ମି ମହାପାତ୍ର, ସ୍ମୃତି ରଞ୍ଜନ ଲେଙ୍କା, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ପ୍ରଶାନ୍ତ ଶତପଥି, ଅଭିଶେକ ମହାନନ୍ଦ, ମାନସ ଆଚାର୍ଯ୍ୟ, ସ୍ୱାଧୀନବାଳା ଦାସ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଯୋଗୀନାଥ ବାହୁବଳେନ୍ଦ୍ର, ପ୍ରକାଶ ମିଶ୍ର, ଶ୍ରିୟାସ୍ମିତା ପଣ୍ଡା, ଆଲୋକ ମହାନ୍ତି, ଲିଙ୍ଗରାଜ ସାହୁ, ମନୋଜ ସାହୁ, ଶୈଳେନ୍ଦୁ ମଜୁମଦାର, ଦେବେନ୍ଦ୍ର ପ୍ରସାଦ ଦାସ, ଜାନକୀ ମଲ୍ଲିକ, ମୁରଲିଧର ଜେନା, ଆତ୍ମାରାମ ପତି, ଦେଓ ପ୍ରସାଦ, ସତ୍ୟସ୍ମିତ ମହାନ୍ତି, ସଂକୁନା କହଁର, ତରୁଣ ମିଶ୍ର, ସାଗର ପରିଡ଼ା, ଦେବାଶିଷ ଭୂୟାଁ, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାବତି ପଟ୍ଟନାୟକ, ବାଙ୍କନିଧି ବେହେରା, ସୁଶାନ୍ତ ତ୍ରିପାଠୀ, ବିନୋଦିନୀ ପ୍ରଧାନ, ନଳିନୀ ନାୟକ, ଦେବୀ ପ୍ରସାଦ ବାହାଲିଆ, କହ୍ନେଇ ସେଠୀ ପ୍ରମୁଖ ଏହି ଶୋକ ସଭାରେ ଉପସ୍ଥିତ ଥିଲେ ।

ସେହିପରି ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲା କୁମାର ଏବଂ ଏଆଇସିସି ସଂପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଜି. ରୁଦ୍ର ରାଜୁ ସଂଗ୍ରାମ ଜେନାଙ୍କ ବିୟୋଗରେ ଶୋକ ବାର୍ତାରେ ପ୍ରକାଶ କରି କହିଛନ୍ତି ସଂଗ୍ରାମ ଜଣେ କଂଗ୍ରେସର ସଚ୍ଚା ଯୋଦ୍ଧା ଥିଲେ ତାଙ୍କ ବିୟୋଗ କଂଗ୍ରେସ ପରିବାର ପାଇଁ ଅପୁରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।