ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ପୋଷଣ ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି

ଅପପୃଷ୍ଟି ମୁକ୍ତ ଭାରତ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ…

ଭୁବନେଶ୍ୱର, ତା.୧୯/୦୪: ଅପପୃଷ୍ଟି ମୁକ୍ତ ଭାରତ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପୋଷଣ ଅଭିଯାନ ଜରିଆରେ ବହୁ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ପୋଷଣ ସପ୍ତାହ, ପୋଷଣ ମାସ ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରାଯାଉଛି । ୨୦୧୮ ମସିହା ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହିଳା ଓ ଶିଶୁଙ୍କ ଶାରରିକ ଓ ମାନସିକ ବିକାଶକୁ ପ୍ରାଧାନ୍ୟ ଦେଇ ପୋଷଣ ଅଭିଯାନର ଶୁଭାରମ୍ଭ କରିଥିଲେ । ଫଳସ୍ୱରୁପ ମୋଦି ସରକାର ଅମଳରେ ୫ ବର୍ଷରୁ କମ୍‌ ବୟସ୍କର ଶିଶୁଙ୍କ ପୋଷଣା ସୁଚକାଙ୍କରେ ବ୍ୟାପକ ସୁଧାର ଆସିଛି । ୧୩.୨୦ ଲକ୍ଷ ଅଙ୍ଗନବାଡୀ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଶିଶୁ ଓ ମହିଳାଙ୍କ ପୋଷଣ ସୁନିଶ୍ଚିତ ହୋଇପାରିଛି । ଅନ୍ୟ ପଟେ ଓଡିଶାର ୩୦ଟି ଜିଲ୍ଲାରୁ ୧୦ଟି ଜିଲ୍ଲାରେ ପୃଷ୍ଟିହୀନତା ଗମ୍ଭୀର ରୂପ ଧାରଣ କରିଛି । ଏଭଳି ଦୃଶ୍ୟପଟର ପରିବର୍ତନ ନିହାତି ଆବଶ୍ୟକ ଏବଂ ଏଥି ପାଇଁ କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନକୁ ରାଜ୍ୟ ସରକାର ସଠିକ ଭାବେ ପରିଚାଳନା କରିବା ନିହାତି ଆବଶ୍ୟକ । ଏହି ଯୋଜନାର ସଫଳ ରୁପାୟନରେ ରାଜ୍ୟର ଶିଶୁ ଓ ମହିଳାଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ବାସ୍ତବ କାର୍ଯ୍ୟକାରିତା ଏବଂ ସାଧାରଣ ଜନତାଙ୍କୁ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପି କାର୍ଯ୍ୟକର୍ତାମାନେ ଗଗତ ୭ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟ କରୁଛନ୍ତି । ଏହି ଅବସରରେ ମହିଳା ମୋର୍ଚ୍ଚା ତରଫରୁ ବିଭିନ୍ନ ଅଙ୍ଗନବାଡୀ କେନ୍ଦ୍ରକୁ ଯାଇ ଯୋଜନାର କାର୍ଯ୍ୟକାରିତାର ତଦାରଖ ଏବଂ ଜନସଚେତନ ସୃଷ୍ଟିକରିଥିଲେ । ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱର ଜାଗମରାସ୍ଥିତ ଖଣ୍ଡୁଆଳ ମଠରେ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ପୋଷଣ ଅଭିଯାନରେ ସାମିଲ ହୋଇଥିଲେ ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ ଓ ହିମାଂଶୁ ଛୋଟରାୟ, ସ୍ଥାନୀୟ କର୍ପୋରେଟର ସୁଜାତା ଛୋଟରାୟ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।