ଖରାଦିନ ପାଇଁ ଆସିବ ଶ୍ରମିକଙ୍କ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ୱର:  ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ୍ରବାହ ଲାଗି ରହିଛି । ବିଶେଷକ ରି ପଶ୍ଚିମଓଡ଼ିଶା ତାତିରେ ଜଳୁଛି । ବହୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆଗକୁ ଏହା ୪୪ରୁ ୪୫ ଡିଗ୍ରୀ ଟପିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତତ୍ପର ହୋଇଉଠିଛି । ଟାଣ ଖରାରେ କାମ କରୁଥିବା ଶ୍ରମିକମାନେ କିପରି ସୁରକ୍ଷିତ ରହିବେ ସେନେଇ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଉଛି । ଏନେଇ ଶ୍ରମ ବିଭାଗ ସହ ବୈଠକ ପରେ ଗାଇଡ୍‌ଲାଇନ ଜାରି ହେବ ବୋଲି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।

ସେ କହିଛନ୍ତି ଏବେ ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଶ୍ରମିକଙ୍କ ପାଇଁ କିରି ସମୟ ପରିବର୍ତ୍ତନ କରି କାମ କରାଯାଇପାରିବସେନେଇ ଆଲୋଚନା କରାଯିବ । କଳକାରଖାନାରେ ଶ୍ରମିକମାନେ କେମିତି ଦାୟିତ୍ୱ ନିର୍ବାହ କରବେ ସେନେଇ ମାର୍ଗଦର୍ଶିକା ପ୍ରଦାନ କରାଯିବ । ଶ୍ରମିକମାନଙ୍କ ଧନଜୀବନ ଯେପରି ହାନି ନହୁଏ ସେଦିଗରେ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।