ଆର୍ଯ୍ୟ-ଦ୍ରାବିଡ଼ ସଂସ୍କୃତିର ମହାମିଳନ ‘ଶାରଦୀୟ ପୂଜା’

ଆର୍ଯ୍ୟ-ଦ୍ରାବିଡ଼ ସଂସ୍କୃତିର ମହାମିଳନ ପର୍ବ ହେଉଛି ଶାରଦୀୟ ପୂଜା । ଇତିହାସରେ ଆମେ ସମସ୍ତେ ପଢ଼ିଛୁ, ଭାରତର ମୂଳ ବାସିନ୍ଦା ହେଉଛନ୍ତି ଦ୍ରାବିଡ଼ ।

ଦ୍ରାବିଡ଼ ସଂପ୍ରଦାୟର ଲୋକମାନେ ଯୁଦ୍ଧ ପ୍ରିୟ ନଥିଲେ, ଚାଷବାସ, ବଣଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ପରିବାର ଗୁଜୁରାଣ କରୁଥିଲେ । ସାଉଦି ଆରବ, ଇରାନ, ଇରାକ, ଆଫଗାନିସ୍ତାନ, ତୁର୍କୀ ଭଳି ଅଂଚଳଗୁଡ଼ିକରେ ବସବାସ କରୁଥିବା ଲୋକମାନେ ସାଧାରଣତଃ ଯୁଦ୍ଧଖୋର ଥିଲେ ଓ ଯାଯାବର ଭଳି ଜୀବନ ଯାପନ କରୁଥିଲେ ।

ଖଣ୍ଡା, ବର୍ଚ୍ଛା, ତ୍ରିଶୂଳ, ତେଂଟା, ଫାର୍ଶା, କଟୁରୀ ଭଳି ନାନା ଅସ୍ତ୍ରଶସ୍ତ୍ର ଧରି ପ୍ରାଣୀ ଶିକାର କରିବା ଓ ସେଗୁଡ଼ିକର ମାଂସ ପୋଡ଼ି ଖାଇବା ଲୋକମାନେ ନିଜକୁ ଆର୍ଯ୍ୟ ଦାବି କରୁଥିଲେ । ସେହି ଆର୍ଯ୍ୟମାନେ ଖାଇବର ଗିରିପଥ ବାଟ ଦେଇ ଭାରତରେ ପ୍ରବେଶ କରିଥିଲେ ।

ପ୍ରଥମେ ପ୍ରଥମେ ଆର୍ଯ୍ୟମାନେ ଦ୍ରାବିଡ଼ଙ୍କ ଜନବସତି ଉପରେ ହମଲା କରି ଖାଦ୍ୟଶସ୍ୟ ଓ ଗୃହପାଳିତ ପଶୁ ଲୁଟି ପଳାଇ ଯାଉଥିଲେ । ଆର୍ଯ୍ୟମାନେ ବାରମ୍ବାର ଭାରତକୁ ଆସି ଲୁଟପାଟ କରି ଚାଲି ଯାଉଥିବାର ଦେଖି କିଛି ନିରୀହ ଦ୍ରାବିଡ଼ ପରିବାର ଜନବସତି ଛାଡ଼ି ଘଂଚ ଜଙ୍ଗଲ ଭିତରକୁ ପଳାଇଲେ ଓ ସେହିଠାରେ ଜନବସତି କରି ବସବାସ କଲେ । ସେହିମାନେ କାଳକ୍ରମେ ଜନଜାତି ବା ଆଦିବାସୀ ସଂପ୍ରଦାୟ ବୋଲାଇଲେ ।

ଯୋଉ ଦ୍ରାବିଡ଼ ପରିବାର ଜନବସତିରେ ରହି ଲୁଣ୍ଠନକାରୀ ଆର୍ଯ୍ୟ ସଂପ୍ରଦାୟ ସହିତ ମୁକାବିଲା କରିବା ପାଇଁ ଅସ୍ତ୍ରଶସ୍ତ୍ର ତିଆରି କଲେ । ଆର୍ଯ୍ୟମାନଙ୍କ ପାଶବିକ ଦୃଷ୍ଟିରୁ ଝିଅବୋହୂଙ୍କ ମାନମହତ ରକ୍ଷା କରିବାକୁ ଯୁଦ୍ଧ ହିଁ ଏକମାତ୍ର ଉପାୟ ମନେକଲେ । ସେହିମାନେ ଯୁଦ୍ଧବିଦ୍ୟା ଶିଖିଲେ । ଦ୍ରାବିଡ଼ମାନେ ମୁଖ୍ୟତଃ ଗରିଲା ଯୁଦ୍ଧ କରୁଥିଲେ । ହାତାହାତି ଯୁଦ୍ଧ କରିବା ବଦଳରେ ସେମାନେ ପାହାଡ଼ ଉହାଡ଼ରେ ଲୁଚିଛପି ଶତ୍ରୁ ଉପରକୁ ଢେଲା, ପଥର, ବିରାଟ ବିରାଟ ଗଛଗଣ୍ଡି ପକାଇ ମାରି ଦେଉଥିଲେ ।

ଆର୍ଯ୍ୟ ସଂପ୍ରଦାୟ ଭିତରୁ କିଛି ବୁଦ୍ଧିମାନ ଲୋକ ଦ୍ରାବିଡ଼ମାନଙ୍କ ସହିତ ମିଳିମିଶି ରହିବାକୁ ନିଷ୍ପତି ନେଲେ । ଦ୍ରାବିଡ଼ ସଂପ୍ରଦାୟର ଝିଅମାନଙ୍କୁ ବିବାହ କରି ଘରସଂସାର କଲେ । ଦ୍ରାବିଡ଼ଙ୍କ ଭଳି ଚାଷବାସ କଲେ । ଜନବସତି ପ୍ରତିଷ୍ଠା କଲେ । ଯାଯାବର ଜୀବନ ଯାପନ ଛାଡ଼ି ଗୋଟିଏ ସ୍ଥାନରେ ସ୍ଥାୟୀ ବସତି ସ୍ଥାପନ କରି ରହିଲେ ।

ନଦୀକୂଳିଆ ଦ୍ରାବିଡ଼ଙ୍କ ଭିତରୁ ଯୋଉମାନେ ଆର୍ଯ୍ୟ ସଂପ୍ରଦାୟ ସହିତ ପାରିବାରିକ ସଂପର୍କ ସ୍ଥାପନ କଲେ । ସେହିମାନେ ହେଉଛନ୍ତି ଆମ ପୂର୍ବପୁରୁଷ ବା ବଂଶଜ । ବଣଜଙ୍ଗଲରେ ବସବାସ କରୁଥିବା ଦ୍ରାବିଡ଼ ପରିବାର ଆମ ବଂଶଜଙ୍କ ପୂର୍ବପୁରୁଷ । ଆଜି ଆମ ଦୃଷ୍ଟିରେ ଜନଜାତି ପରିଚୟ ବହନ କରିଥିବା ବଣଜଙ୍ଗଲ ବାସିନ୍ଦା ଯେ ଆମର ଅତୀତ ଓ ଆମଠାରୁ ଭିନ୍ନ ନୁହନ୍ତି, ଏ କଥାଟିକୁ ବୁଝିପାରିଲେ ।

ଏବେ ଆସନ୍ତୁ, ମା’ ଦୁର୍ଗା ଓ ମହିଷାମର୍ଦିନୀ ଉପାଖ୍ୟାନ ସଂପର୍କରେ ଜାଣିବା ।

ନଦୀକୂଳରେ ବସବାସ କରୁଥିବା ଦ୍ରାବିଡ଼ ସଂପ୍ରଦାୟ ଭିତରୁ ଯୋଉମାନେ ଅସ୍ତ୍ରଶସ୍ତ୍ର ଚାଳନାରେ ପ୍ରବୀଣ ହେଲେ, ସେମାନେ କ୍ଷତ୍ରିୟ ବୋଲାଇଲେ । ମହିଷାସୁର ଜଣେ ଦ୍ରାବିଡ଼ ରାଜା । ମହିଷାସୁର ନେତୃତ୍ୱରେ ଗଠିତ ସେନାବାହିନୀ ନିକଟରେ ଆର୍ଯ୍ୟ ସେନାବାହିନୀ ବାରମ୍ବାର ପରାସ୍ତ ହେଲା । ଭାରତକୁ ଏକାଧିକ ଲୁଟପାଟ କରିବା ଭିତରେ ଆର୍ଯ୍ୟମାନେ ଆଉ ଯାଯାବର ଜୀବନ ଯାପନ କରିବାକୁ ଚାହୁଁ ନଥିଲେ କି ପଶୁ ପଛରେ ଧାଇଁ ଧାଇଁ ସେମାନଙ୍କୁ ଶିକାର କରି ବଂଚିବାକୁ ପସନ୍ଦ କରୁ ନଥିଲେ ।
ସେମାନେ ବାରମ୍ବାର ଭାରତକୁ ଆକ୍ରମଣ କରିବା ବଦଳରେ ସ୍ଥାୟୀ ବସତି ସ୍ଥାପନ କରିବାକୁ ମନ ବଳାଇଲେ ।

ମାତ୍ର ମହିଷାସୁର ସେମାନଙ୍କୁ ଭାରତରେ ରହିବାକୁ ଅନୁମତି ଦେଲେନାହିଁ । ଦ୍ରାବିଡ଼ମାନେ ଦେଖିବାକୁ ଘନକଳା ଥିଲେ । ଆର୍ଯ୍ୟମାନେ ଏକ ଅଭିନବ ଉପାୟ ପାଂଚିଲେ ।

ନିଜ ସଂପ୍ରଦାୟ ଭିତରୁ ଗୋଟିଏ ବିବାହଯୋଗ୍ୟା ଅନିନ୍ଦ୍ୟ ସୁନ୍ଦରୀ କନ୍ୟାଟିଏ ବାଛିଲେ । ସେହି କନ୍ୟାଟିକୁ ଯୁଦ୍ଧବିଦ୍ୟାରେ ନିପୁଣା କଲେ । ତାକୁ ସେନାପତି ରୂପେ ଘୋଷଣା କରି ମହିଷାସୁର ନିକଟକୁ ପଠାଇଲେ ।

ଦେବୀ ପୁରାଣରେ ମା’ ଦୁର୍ଗା ହିଁ ସେହି ଅନିନ୍ଦ୍ୟ ସୁନ୍ଦରୀ । ମା’ ଦୁର୍ଗା ଯୋଉ ବାହନରେ ବସି ଯୁଦ୍ଧ କରିବାକୁ ମହିଷାସୁର ନିକଟକୁ ଆସିଲେ, ସେହି ବାହନଟିର ଆକୃତି ସିଂହ ଭଳି ଥିଲା । ମା’ ଦୁର୍ଗାଙ୍କ ଅପରୂପ ସୌନ୍ଦର୍ଯ୍ୟ ଦେଖିବା ମାତ୍ରେ ମହିଷାସୁର ନିଜକୁ ସମ୍ଭାଳି ପାରିଲାନି ।

ଦିନରାତି ଶୟନେ ସ୍ୱପନେ ମା’ ଦୁର୍ଗାଙ୍କ କଥା ଭାବିବାକୁ ଲାଗିଲା । ଜଣେ ନାରୀର ନଗ୍ନ ରୂପ ଦେଖିଲେ ଯେ କୌଣସି ପୁରୁଷ ମୋହଗ୍ରସ୍ତ ହେବା ସ୍ୱାଭାବିକ । ମହିଷାସୁର କ୍ଷେତ୍ରରେ ତାହା ହିଁ ଘଟିଲା । ମା’ ଦୁର୍ଗା ମହିଷାସୁର ହାତରେ ବାରମ୍ବାର ପରାଜିତ ହେବାର ଦେଖି ଆର୍ଯ୍ୟମାନେ ଚିନ୍ତାରେ ପଡ଼ିଗଲେ । ଦୁର୍ଗାଙ୍କୁ ନିଶାଗ୍ରସ୍ତ କରି ମହିଷାସୁର ନିକଟକୁ ପଠାଇବାର ଯୋଜନା କଲେ ।

ସେଇଆ ହେଲା, ଦୁର୍ଗାଙ୍କୁ ମଦମାଂସ ଖୁଆଇଲେ । ମାଂସ ଖାଇବା ଓ ମଦ ପିଇବା ପରେ ଦୁର୍ଗା ମାତାଲ ହୋଇ ମହିଷାସୁରକୁ ଯୁଦ୍ଧ ପାଇଁ ଆହ୍ୱାନ କଲେ । ଯୁଦ୍ଧକ୍ଷେତ୍ରରେ ମାତାଲ ଦୁର୍ଗାଙ୍କ ଶରୀରରୁ ଲୁଗାପଟା ଖସିଗଲା । ଦୁର୍ଗାଙ୍କ ବିବସନା ରୂପ ଦେଖି ମହିଷାସୁର କ୍ଷଣିକ ପାଇଁ ଅବାକ୍ ହୋଇଗଲା । ୟେ କ’ଣ ଦେଖୁଛି, ଆଖି ଆଗରେ ଜଣେ ନାରୀକୁ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ । ଘନରାତିର ବହଳ ଅନ୍ଧକାରରେ ଯେଉଁ ନାରୀ ତା’ ସ୍ୱାମୀ ଆଗରେ ଶରୀରରୁ ଲୁଗା ଖୋଲିବାକୁ ଲାଜ କରେ, ସେହିଭଳି ଜଣେ ନାରୀ ମହିଷାସୁର ଆଗରେ ସଂପୂର୍ଣ୍ଣ ବିବସନା, ମହିଷାସୁର ଆଉ ତା’ ବୀର୍ଯ୍ୟକୁ ଧରି ରଖିପାରିଲାନି ।

ବୀର୍ଯ୍ୟ ଚାଲିଯିବା ପରେ ମଣିଷ ସାଧାରଣତଃ କିଛି ସମୟ ପାଇଁ ହାଲିଆ ଅନୁଭବ କରିଥାଏ । ମହିଷାସୁର ପକ୍ଷରେ ସେଇଆ ହେଲା, ବୀର୍ଯ୍ୟ ଚାଲିଯିବା ପରେ ସେ ଆଉ ତରବାରୀ ଉଠାଇ ପାରିଲାନି । ଦୁର୍ଗାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଲା । ମାତ୍ର ଦୁର୍ଗା ଆଉ ସମୟ ଦେବାକୁ ଚାହୁଁ ନଥିଲେ, ମହିଷାସୁରକୁ ମାରିବାକୁ ହେଲେ ଏଇଟା ହିଁ ଉପଯୁକ୍ତ । ମହିଷାସୁର ଛାତିରେ ତ୍ରିଶୂଳ ଭୁଷି ହତ୍ୟା କଲେ ଦୁର୍ଗା ।

ଦ୍ରାବିଡ଼ ରାଜା ମହିଷାସୁର ମାରି ଭାରତ ଭୂଖଣ୍ଡରେ ଆର୍ଯ୍ୟମାନଙ୍କ ପାଇଁ ସ୍ଥାୟୀ ବସବାସ ସୁବିଧା ପ୍ରଦାନ କରିଥିବାରୁ ଆର୍ଯ୍ୟପୁତ୍ରୀ ଦୁର୍ଗାଙ୍କୁ ମା’ ଜଗତ ଜନନୀ ଭାବେ ପରିଚିତ କରାଇ ପ୍ରତିବର୍ଷ ପୂଜା କରିବାର ପରମ୍ପରାକୁ ଜନ୍ମ ଦିଆଗଲା ।
ଶାରଦୀୟ ପୂଜା ହେଉଛି ଆର୍ଯ୍ୟ-ଦ୍ରାବିଡ଼ ମହାମିଳନ ପର୍ବ ।

ମା’ ଦୁର୍ଗାଙ୍କ ପାଦତଳେ ମହିଷାସୁରକୁ ଦେଖି ଆଜିର ପୁରୁଷ ସମାଜ ଗୋଟିଏ କଥା ସର୍ବଦା ମନେରଖିବା ଦରକାର । ନାରୀକୁ ଉପଯୁକ୍ତ ସମ୍ମାନ ଦେଇପାରିଲେ, ପ୍ରତ୍ୟେକ ପୁରୁଷର ଜୀବନଟା ସ୍ୱର୍ଗ ପାଲଟିଯିବ । ନାରୀର ମନ ଓ ଶରୀର ସହିତ ଖେଳୁଥିବା ପୁରୁଷକୁ ୟେ ସମାଜ ନୀଚଦୃଷ୍ଟିରେ ଦେଖିଥାଏ । ଯୋଉ ପୁରୁଷ ନାରୀ ସହିତ ଶତ୍ରୁତା କରିବ, ତା’ର ଦଶା ମହିଷାସୁର ଭଳି ହେବ ।