ବିଶ୍ୱର କୋଣ ଅନୁକୋଣ ରୁ ଭକ୍ତ ଶ୍ରଦ୍ଧାଳୁ ଙ୍କର ମୂଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଏହି ଭକ୍ତି ମନ୍ଦିର l ବିଭିନ୍ନ ପ୍ରକାର ନିଃଶୁଳ୍କ ସେବା ଏଠାକାର ଶ୍ରୀ କୃପାଳୁଜୀ ମହାରାଜ ପରିଷଦ ଙ୍କ ଦ୍ୱାରl ବର୍ଷ ସାରା ଚାଲୁଅଛି l ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ ଏଠାରେ ଖ୍ରୀ ୧୯୯୬ ରେ ଏହି ମନ୍ଦିର ର ଶିଳାନ୍ୟାସ କରି ଖ୍ରୀ ୨୦୦୫ ରେ ଏହାର ଲୋକାର୍ପଣ କରିଥିଲେ l ଏହା ତାଙ୍କର ଦିବ୍ୟ ଜନ୍ମଭୂମି l
୧୦୮ ଫୁଟ ଉଚ୍ଚତା ର ଏହି ବୃହଦାକାର ମନ୍ଦିର ଏକ ସୁଉଚ୍ଚ ପାବଛ ଶ୍ରେଣୀ ଉପରେ ନିର୍ମିତ l ଏହାର ତଳ ମହଲାରେ ଶ୍ରୀ ରାଧାକୃଷ୍ଣ ଓ ଉପର ମହଲାରେ ଶ୍ରୀ ସୀତାରାମ ଙ୍କର ଅର୍ଚ୍ଚା ବିଗ୍ରହ ସ୍ଥାପିତ l ରାଧାକୃଷ୍ଣ ଙ୍କୁ ଅଷ୍ଟସଖୀ ପରିବେଷ୍ଟିତ କରିଛନ୍ତି l
ମନ୍ଦିର ଟି ରାଜସ୍ଥାନୀ ଗୋଲାପୀ ମାର୍ବଲ ପଥର ରେ ନିର୍ମିତ l ଏହି ଖାଖରା ଶୈଳୀ ରେ ନିର୍ମିତ ମନ୍ଦିର ଶିଖରରେ ଏକ ସ୍ବର୍ଣ୍ଣ ପତାକା ଶୋଭିତ l ବୃନ୍ଦାବନୀୟ ବୈଷ୍ଣବ ମାର୍ଗରେ ଭକ୍ତି ଶିକ୍ଷା ସମେତ କୃପାଳୁ ଜୀ ମହାରାଜ ଙ୍କ ନିର୍ଦ୍ଦେଶିତ ରୂପ ଧ୍ୟାନ ଯୋଗ ପଦ୍ଧତି ସମ୍ବନ୍ଧୀୟ ଶିକ୍ଷା ଏଠାରେ ଭକ୍ତି ସାଧକ ଓ ସାଧିକା ମାନଙ୍କୁ ଦିଆଯାଇଥାଏ l