ସୃଷ୍ଟି ଧ୍ୱଂସ ପାଇଯିବ ମାତ୍ର ନିତ୍ୟରାସ ଚାଲିଥିବ ଏହି ୫ଟି ପୀଠରେ

କ୍ଷଣଭଙ୍ଗୁର ଦୁନିଆରେ ସ୍ଥାୟୀ ବୋଲି କିଛି ନଥାଏ । ଭଙ୍ଗାଗଢ଼ା ସଂସାରରେ ଠାକୁର ଠାକୁରାଣୀଙ୍କ ସ୍ଥିତି ଅବସ୍ଥିତି କୋଉଠି? ତାହା କଳ୍ପନାର ବାହାରେ । ମାତ୍ର ପୃଥିବୀରେ ଏଭଳି କିଛି ପୀଠ ଅଛି ଯାହା ଯୁଗ ଯୁଗ ପାଇଁ ଐଶ୍ୱରୀୟ ଶକ୍ତିର ଗନ୍ତାଘର । ସେହି ପୀଠରେ ଭଗବତ୍‌ ଚେତନାର ଅବସ୍ଥିତିକୁ ଅନୁଭବ କରିହୁଏ ।

ଦେବୀ ଦେବତାଙ୍କ ନିତ୍ୟ ବାସସ୍ଥଳୀ ଭାବେ ପରିଚିତ ସେହି ୫ଟି ପୀଠ ହେଉଛି କେଦାରନାଥ, ବୃହଦେଶ୍ୱର ମନ୍ଦିର, ବାରାଣସୀର କାଶୀ ବିଶ୍ୱନାଥ, ଦ୍ୱାରିକାଧୀଶ ମନ୍ଦିର ଓ ଜଗନ୍ନାଥ ମନ୍ଦିର

ମଣିଷ ଚେତନା ଓ ଆଧ୍ୟାତ୍ମିକ ଭାବନା ସହ ଜଡ଼ିତ ପ୍ରଭୁ ଜଗନ୍ନାଥ, ଦ୍ୱାରକାଧୀଶ ପ୍ରଭୁ ଶ୍ରୀକୃଷ୍ଣ, କାଶୀ ବିଶ୍ୱନାଥ, ତାଞ୍ଜାଭୁର ସ୍ଥିତ ପ୍ରଭୁ ବୃହଦେଶ୍ୱର ଓ କେଦାରନାଥ ମନ୍ଦିର । ପ୍ରଭୁ ନାରାୟଣ ଓ ପ୍ରଭୁ ମହାଦେବଙ୍କ ନିତ୍ୟ ବିଜେସ୍ଥଳୀକୁ ଦେବୀ ଦେବତା, ରାକ୍ଷସ ରାକ୍ଷସୀ, ଗନ୍ଧର୍ବ ଗନ୍ଧର୍ବୀ, ଡାହାଣୀ ଚିରୁଗୁଣୀ, ଗ୍ରହ ନକ୍ଷତ୍ର ତାରାଧିପ, କିନ୍ନର କିନ୍ନରୀ, ମଶିଷଙ୍କ ସମେତ ସଚରାଚର ପ୍ରାଣୀ ଆସନ୍ତି, ପ୍ରଭୁଙ୍କ ଦର୍ଶନ ଓ ଆଶିଷ ନେଇ ଲୀଳା ରଚନା କରିଥାନ୍ତି ।