କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ଯୋଗ ଦେଇଥିଲେ । ସବୁ ବର୍ଷ ଭଳି ଚଳିତ ବର୍ଷ ଐଶ୍ୱର୍ଯ୍ୟା ରେଡ୍ କାର୍ପେଟ୍ରେ ଚାଲି ଦର୍ଶକଙ୍କ ମୋହି ନେଇଥିଲେ । ମାତ୍ର ଝିଅ ଆରାଧ୍ୟାଙ୍କ ହାତକୁ ସବୁବେଳେ ଜାବୁଡ଼ି ଧରିଥିବାର ଦୃଶ୍ୟକୁ ବହୁ ପ୍ରଶଂସକ ନାପସନ୍ଦ କରିଥିଲେ ।
ମାଆଙ୍କ ହାତ ଧରି ଚାଲୁଛନ୍ତି ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ।
କିଛି ପ୍ରଶଂସକ ସୋସିଆଲ ମିଡିଆରେ ବିଚିତ୍ର ମନ୍ତବ୍ୟ ଲେଖିଛନ୍ତି ।
କେହି ଝିଅ ଆରାଧ୍ୟା ପ୍ରତି ଐଶ୍ୱର୍ଯ୍ୟାଙ୍କର ଅଧିକ ଦୁର୍ବଳତାକୁ କଟାକ୍ଷ କରିଛନ୍ତି । କେହି ଆରାଧ୍ୟାଙ୍କୁ ବୋତଲ ଖିର ପିଉଥିବା ଶିଶୁ ଅଭିହିତ କରିଛନ୍ତି । କେହି ଆରାଧ୍ୟାଙ୍କୁ ଲେଙ୍ଗେଡ଼ି ଲେଖି କଟାକ୍ଷ କରିଛନ୍ତି । ସତରେ କ’ଣ ଆରାଧ୍ୟା ମା’ଙ୍କ ହାତ ଛାଡ଼ି ଚାଲି ପାରୁନାହାନ୍ତି? ଏମିତି ଏକ ପ୍ରଶ୍ନ କିଛି ଦର୍ଶକଙ୍କ ମନରେ ଘର କଲାଣି ।