କଥାରେ ଅଛି ପୂଣ୍ୟ କର୍ମ କଲେ ସ୍ଵର୍ଗ,ପାପ କର୍ମ କଲେ ନର୍କ, ତେବେ ଗରୁଡ ପୁରାଣ ଅନୁସାରେ ମନୁଷ୍ୟ ପାପ କର୍ମ କଲେ, ସେ ନିଶ୍ଚିତ ରୂପରେ ନର୍କକୁ ଯିବ ଓ ପୂଣ୍ୟ କର୍ମ କଲେ ସ୍ଵର୍ଗକୁ ଯିବ ବୋଲି ବର୍ଣ୍ଣନା କରାଯାଇଛି। ସର୍ବଦା ଭଗବାନଙ୍କର ନାମ ଜପ କରିବା ଦ୍ଵାରା ସ୍ଵର୍ଗ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ ଗରୁଡ ପୁରାଣରେ ଉଲ୍ଲେଖ ରହିଛି କି ଯଦି ଆପଣ କୌଣସି ପାପ କରୁଛନ୍ତି ତେବେ ଆପଣଙ୍କୁ ସେହି ଅନୁସାରେ ରୋଗ ଓ ଭୋଗାଭୋଗର ଯନ୍ତ୍ରଣା ସହିବାକୁ ପଡିପାରେ…
>ଯଦି ଆପଣ କୌଣସି ବ୍ରହ୍ମ ହତ୍ୟା ଭଳି ପାପ କରିଛନ୍ତି, ତାହେଲେ ଆପଣ ଯକ୍ଷ୍ମା ଭଳି ରୋଗରେ ପୀଡିତ ହୋଇ ପାରନ୍ତି। ଯଦି ଗୋ – ହତ୍ୟା କରିଛନ୍ତି, ତାହେଲେ ଆପଣଙ୍କୁ କୁଷ୍ଠ ରୋଗ ହେବ। ଯଦି କୌଣସି ବ୍ୟକ୍ତି ନିଜ ପୁତ୍ରକୁ ହତ୍ୟା କରିଛି କିମ୍ବା ପୁତ୍ରର ବାପାକୁ ମାରିଛନ୍ତି, ତାହେଲେ ଏଭଳି ପାପ କରିବା ଯୋଗୁଁ ତାଙ୍କ ଶରୀରର ସବୁ ଅଙ୍ଗ ଛିଣ୍ଡି ଯିବ।
> ଅଶୁଦ୍ଧ ସମୟରେ ପିଣ୍ଡ ଦାନ କଲେ ଚିତ୍ରକୁଷ୍ଠ ରୋଗ ନିହାତି ହୋଇଥାଏ। ଏହାସହିତ ଯେଉଁମାନେ ଗୁରୁଙ୍କୁ ନିନ୍ଦା କରିଥାନ୍ତି, ସେମାନେ ଅନେକ ପ୍ରକାରର ରୋଗରେ ପୀଡିତ ହୋଇଥାନ୍ତି। ଯେଉଁମାନେ ମିଥ୍ୟା ସାକ୍ଷୀ ଦିଅନ୍ତି, ସେମାନେ ପରଜନ୍ମରେ ମୁକ ହୋଇ ଜନ୍ମ ହୋଇଥାନ୍ତି। ବ୍ରାହ୍ମଣକୁ ଗୋଇଠା ମାରୁଥିବା ବ୍ୟକ୍ତି ପରଜନ୍ମରେ ପଙ୍ଗୁ ହୋଇ ଯାଇଥାନ୍ତି। ଯେଉଁମାନେ ଅନ୍ୟର ବହି ଚୋରୀ କରିଥାନ୍ତି, ସେମାନେ ପରଜନ୍ମରେ ଅନ୍ଧ ହୋଇ ଜନ୍ମ ନେଇଥାନ୍ତି।
> ଯେଉଁ ସ୍ତ୍ରୀ ନିଜେ ଓ ନିଜ ସ୍ଵାମୀଙ୍କୁ ସୁସ୍ଵାଦୁ ଭୋଜନ କରାଉଛନ୍ତି। କିନ୍ତୁ ଶାଶୁ ଶ୍ଵଶୁରଙ୍କୁ ପଖାଳ ଭାତ ଖାଇବାକୁ ଦେଉଛନ୍ତି, ସେହି ମହିଳାମାନେ ପରଜନ୍ମରେ ଗଳଗଣ୍ଡ ରୋଗର ଶିକାର ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି ନିଜ ଗୁରୁଙ୍କର ପତ୍ନୀଙ୍କୁ ହରଣ କରିଛନ୍ତି, ତାହେଲେ ସେ ପର ଜନ୍ମରେ ନପୁଂସକ ହୋଇ ଜନ୍ମ ନେବେ। ଯେଉଁ ଲୋକମାନେ ସ୍ତ୍ରୀର ଗର୍ଭରେ ଶିଶୁ କନ୍ୟା ରହିଥିବା ଯୋଗୁଁ ଭ୍ରୁଣ ହତ୍ୟା କରନ୍ତି, ସେମାନେ ପରଜନ୍ମରେ ଶବର ଘରେ ଜନ୍ମ ନେଇଥାନ୍ତି ଓ ସେମାନଙ୍କ ଶରୀରରେ ଜାଦୁ କାଛୁ କୁଣ୍ଡିଆ ରୋଗ ହୋଇଯାଏ।
>ଯେଉଁ ପୁରୁଷ ଲୋକ ନିଜ ସ୍ତ୍ରୀ ଥାଇ ମଧ୍ୟ ପର ନାରୀ ସହିତ ମିଶି ଖରାପ ସମ୍ପର୍କ ରଖୁଥାନ୍ତି, ତାଙ୍କୁ ଚକ୍ଷୁ ରୋଗ ହୋଇଥାଏ। ଅନ୍ୟର ସୁଖ ସମ୍ପତି ଓ ଉନ୍ନତି ଦେଖି ହିଂସା କରୁଥିବା ଲୋକଙ୍କୁ ବାତ ରୋଗ ହୋଇଥାଏ। ଅନ୍ୟମାନଙ୍କ ସହିତ ବିଶ୍ଵାସଘାତକତା କଲେ, ନର୍କଲୋକ ପ୍ରାପ୍ତି ହୋଇଥାଏ। କିନ୍ତୁ ଆପଣ ପ୍ରତିକାର ଓ ପାପ ରୁ ପ୍ରାହଚିତ ହେବାକୁ ହେଲେ ବ୍ରାହ୍ମଣଙ୍କୁ କିଛି ଜିନିଷ ଦାନ କରି ଏହିସବୁ ପାପରୁ ମୁକ୍ତି ପାଇ ପାରିବେ।